ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ।

0 260

ମାଲକାନଗିରି,୧୦/୧୦(ପିପିଟି): ମାଲକାନଗିରି ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶିବ ପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ଡାକ୍ତର ଶଶିଭୂଷଣ ମହାପାତ୍ର, ସ୍ୱାସ୍ଥ୍ୟ କଲ୍ୟାଣ ସମିତିର ଡିପିଏମ୍ ବନବିହାରୀ ମିଶ୍ର, ଡାକ୍ତର ଅଙ୍କିତ ଜୈନ, ଡିଏମ୍‌ଏ ସତ୍ୟନାରାୟଣ ଦେଓ, ରଶ୍ମୀ ରଞ୍ଜନ ଦାସ, ଦୀପକ କୁମାର ଦିଗାଲଙ୍କ ସହ ଡାକ୍ତର ଖାନାର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ଥିଲ। ବିଶେଷ କରି ମାନସିକ ରୋଗ ଏହାର ପ୍ରତିକାର ସମ୍ବନ୍ଧରେ ବିଶେଷଜ୍ଞମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ରୋଗ ସବୁ ବର୍ଗର ଲୋକମାନଙ୍କ ପାଖରେ ଦେଖା ଦେଇଥାଏ, ଅବସାଦ, ଶୁଚତି ବାଇ, ମାନିଆ, ସ୍କ୍ରିଜୋଫେନିଆ, ଡିମେନସିଆ, ମାନସିକ ଚାପ, ଆତ୍ମହତ୍ୟା ପ୍ରବୃତ୍ତି, ଅଟିଜିମ୍‌, ନିଶାଦ୍ରବ୍ୟ ସେବନ, ଆଚରଣଗତ ସମସ୍ୟା, ବୌଦ୍ଧିକ ବିକଳାଙ୍ଗତା, ବହୁଦିନ ଧରି ନିଦ ନହେବା, ମନରେ ଅତ୍ୟଧିକ ଭୟ ଲାଗି ରହିବା, ଅନ୍ୟକୁ ସନ୍ଦେହ କରିବା ଓ ହଠାତ୍ ରାଗି ଯିବା, ଅତ୍ୟଧିକ ଦୁଃଖ ଅନୁଭବ କରିବା, ମୌନ ରହିବା, ଅନ୍ୟମନସ୍କ ରହିବା, କଥା ଭୁଲି ଯିବା, ଗୋଟିଏ କାମକୁ ଆବଶ୍ୟକତା ଠାରୁ ଅଧିକ କରିବା, ମନକୁ ମନ ହସିବା କିମ୍ବା ଅଯଥା ଗପିବା ଆଦି ମାନସିକ ରୋଗୀର ଲକ୍ଷଣ ଅଟେ । ଏହାର ପ୍ରତିକାର ପାଇଁ ମାଦକ ଦ୍ରବ୍ୟ ସେବନରୁ ନିବୃତ ରହିବା, ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ନିୟମିତ ଶାରିରୀକ ପରିଶ୍ରମ କରିବା, ଯୋଗ, ବ୍ୟାୟାମ ଅଭ୍ୟାସ କରିବା,ମାନସିକ ଚାପରୁ ନିଜକୁ ଦୂରେଇ ରଖିବା, ଉଚ୍ଚତା ଓ ବୟସ ଅନୁପାତରେ ନିଜର ଓଜନକୁ ସନ୍ତୁଳିତ ରଖିବା,ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ଇତ୍ୟାଦି କାର୍ଯ୍ୟରେ ମନ ନିୟୋଜିତ କଲେ ମାନସିକ ଚାପ କମିବା ସହ ଜଣେ ସୁସ୍ଥ ମଣିଷ ମାନସିକ ଚାପର ବଶବର୍ତ୍ତୀ ହୋଇ ନଥାଏ ବୋଲି ଡାକ୍ତର ମହାରଣା ମତ ବ୍ଯକ୍ତ କରିଥିଲ। ଏହି ଅବସରରେ ରୋଗୀ ମାନଙ୍କ ପାଇଁ ଏକ ସଚେତନତା କକ୍ଷ ଉଦ୍ଘାଟନ କରା ଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.