ବିଶ୍ୱ ପରିବେଶ ଦିବସରେ କାଟିଦେଲେ ଶତାଧିକ ବାଉଁଶ ଗଛ,ଚାଲଣ ବେଳେ ଧରିଲା ବନ ବିଭାଗ ।

0 745

ବେଲଗୁଣ୍ଠା,୦୫/୦୬(ପିପିଟି); ଜଗନ୍ନାଥପ୍ରସାଦ ରେଞ୍ଜ କ୍ଷେତମୁଣ୍ଡଳୀ ଅଂଚଳରେ ଆଜି ଏକ ଟ୍ରାକ୍ତର ରେ ଶତାଧିକ କଞ୍ଚା ବାଉଁଶ କାଟି ଚାଲାଣ କରାଯାଉଥିବା ବେଳେ ଖବର ପାଇ ବିଭାଗ ପକ୍ଷରୁ ଗାଡିକୁ ଅଟକ ରଖାଯାଇଛି । ଖବର ପ୍ରକାରେ ସଦ୍ୟ କଞ୍ଚା ଶତାଧିକ ବାଉଁଶକୁ କାଟି ଆଜି ଜଣେ ବ୍ୟକ୍ତି ଟ୍ରାକ୍ତର ରେ ବୋହି କ୍ଷେତମୁଣ୍ଡଳୀ ନିକଟ ଜଙ୍ଗଲରୁ ଚାଲାଣ କରୁଥିବା ବେଳେ କିଛି ବ୍ୟକ୍ତି ଏହାକୁ ଦେଖି ଫଟୋ ଉଠାଇ ବନ ବିଭାଗକୁ ଜଣାଇଥିଲେ । ଉଛପଦସ୍ତ ଅଧିକାରୀଙ୍କ ଖବର ପାଇ ଗେରେଡା ଫରେଷ୍ଟର ତିରୁକୂପା ରାସ୍ତା ନିକଟରେ ବାଉଁଶ ବୋଝେଇ ଗାଡିକୁ ଅଟକାଇ ଥିଲେ । ଏତେ ବାଉଁଶ ରାସ୍ତାରେ ଲମ୍ବାଇ ସନ୍ଧ୍ୟାରେ କୁଆଡେ ଯାଉଛି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖେତମୁଣ୍ଡାଳି ଗ୍ରାମର ଗାଡିଟି ବୋଲି ସୂଚନା ମିଳିଛି । ଅଧିକ ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ଜଣାପଡିବ ବୋଲି ଗେରେଡା ଫରେଷ୍ଟର କଳାବଦନ ଦାସ ପ୍ରକାଶ କରିଛନ୍ତି ।ଆଜି ବିଶ୍ୱ ପରିବେଶ ଦିବସ ପାଇଁ ବିଭିର୍ଣ୍ଣ ସ୍ଥାନରେ ବୃକ୍ଷରୋପଣ କରି ପାଳନ କରାଯାଉଥିବା ବେଳେ କିଏ ଓ କାହା ନିର୍ଦ୍ଦେଶରେ ଏତେ ସଂଖ୍ୟାରେ ବାଉଁଶ କାଟିଛି ତାହାକୁ ନେଇ ଅଞ୍ଚଳ ପରିବେଶ ବିତଙ୍କୁ ଶକ୍ତ ଧକ୍କା ଲାଗିଥିବା ଜଣାଇଛନ୍ତି । ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.