ଉଲୁଣ୍ଡା,୨୫/୦୯(ପିପିଟି): ପୁଣି ବିଦେଶରେ କମାଲ ଦେଖାଇବେ ଦୁଇ ଓଡ଼ିଆ କ୍ରୀଡ଼ାବିତ । ୟୁରୋପ ମହାଦେଶର ଆଲବେନିଆଠାରେ ଆସନ୍ତା ଅକ୍ଟୋବର ୧ ତରିଖରୁ ୫ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶ ଆଲବେନିଆଠାରେ ହେବାକୁ ଥିବା ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନସିପରେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇ କ୍ରୀଡ଼ାବିତ ଏହେସାସ ହୋତା ଏବଂ ଅନୁଷ୍କା ଦାସ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଦଳରେ ମୋଟ ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଜି୧ ର୍ୟାଙ୍କ ପାଇଁ ଏହେସାହ ହୋତା ଓ ଇ୧ ର୍ୟାଙ୍କ ପ୍ରତିଯୋଗୀତାରେ ଅନୁଷ୍କା ଦାସ ସାମିଲ ହୋଇଛନ୍ତି । ଏହେସାସ ଜଣେ ଉଚ୍ଚ କୋଟିର ତାଇକୋଣ୍ଡୋ ଖେଳାଳୀ ଓ କୋଚ ହୋଇଥିବାବେଳେ ପୂର୍ବରୁ ଅନେକ ବିଶ୍ୱ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ ବହୁ ପଦକ ଜିତି ଛନ୍ତି । ଏବେ ପୁଣି ତାଙ୍କୁ ଏହି ସୁଯୋଗ ମିଳି ଥିବାରୁ ସେ ପଦକ ଆଶାରେ ଥିବାବେଳେ ସମସ୍ତଙ୍କ ଆଶିର୍ବାଦ କାମନା କରିଛନ୍ତି । ଏନେଇ ସ୍ଥାନୀୟ କସ୍ତୁରୀ ହୋଟେଲ ରେଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ଜିଲ୍ଲା ଟାଇକୋଣ୍ଡୋ ସଂଘ । ବିଶ୍ୱ ଦରବାରରେ ଓଡିଶା ତଥା ଜିଲ୍ଲାର ନାମକୁ ରଖିବା ପାଇଁ ସେ ଆଶାବାଦି ଥିବା କହିଛନ୍ତି ଏହେସାସ।ଏହି ଦି ଖେଲାଳିଙ୍କ ସଫଳତା ପାଇଁ ଓଦିଶା ତାଇକୋଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ ଏବଂ ଜିଲ୍ଲା ତାଇକୋଣ୍ଡୋ ସଙ୍ଘ ସଭାପତି ରବିନ୍ଦ୍ର ହୋତା ଶୁଭେଚ୍ଛା ଜଣେଇଛନ୍ତି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)