ବ୍ରହ୍ମପୁର,୦୧/୦୭(ପିପିଟି); ଆଜି ହେଉଛି ବିଶ୍ୱ ଡାକ୍ତରୀ ଦିବସ । ଏହି କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ ନିଜ ଜୀବନକୁ ବାଜି ଲଗାଇ ବିଶ୍ୱବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ମାନେ । ଗତ ୨୭ ତାରିଖ ଦିନ ନିଜ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥା କହିଥିଲେ । ଏହି କଥାକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ସ୍ବାସ୍ଥ୍ୟ ସେଲ ସଭାପତି ରାଜୀବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମପୁର ସହରର ବିଭିନ୍ନ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମପୁର ବଡ଼ମେଡିକାଲର ସୁପରିଟେଣ୍ଡେଣ୍ଟ ଡ଼. ସନ୍ତୋଷ କୁମାର ମିଶ୍ର , ଭେଷଜ ବିଭାଗ ଡ଼. ଚନ୍ଦନ କୁମାର ଗନ୍ତାୟତ , ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞା ଡ଼ . ନିନା ମିଶ୍ର , ନିଶ୍ଚେତକ ବିଭାଗ ଡ଼. ଦେବବ୍ରତ ଶର୍ମା , ସହରର ଅନ୍ୟତମ କର୍ଣ୍ଣ , ନାଶା , ଗଳା ବିଭାଗ ଡ଼. ଗୌରଚନ୍ଦ୍ର ପଟ୍ଟନାୟକ , ବରିଷ୍ଠ ଡ଼. ସୁବାସ ସାହୁଙ୍କୁ ଉତରୀୟ , ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଟିମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ , ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି , ପ୍ରଭାତ କିରଣ ଷଡ଼ଙ୍ଗୀ ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରାୟ , ମଧୁସୂଦନ ସାହୁ , ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ , ସୁବାସିନୀ ପଟ୍ଟନାୟକ, କିରଣ କୁମାର ସାହୁ , ଜଗଦୀଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )