ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ।

0 332

କନ୍ଧମାଳ,୦୪/୦୨(ପିପିଟି): ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିବାଗ ତରଫରୁ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିଷରରୁ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳଳ୍ପ ପରିଚାଳକ, ଏ.ଡି.ଏମ.ଓ ଙ୍କ ସମେତ ସମସ୍ତ ସ୍ୱସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶୋଭାଯାତ୍ରାରେ ଏ.ଏନ.ଏମ ଏବଂ ଜି.ଏନ.ଏମ ଛାତ୍ରୀ ମାନେ ଭାଗ ନେଇଥିଲେ । ଏହି ଶୋଭାଯାତ୍ରା ଫୁଲବାଣୀ ସହରରେ ଲୋକଙ୍କ ମଧ୍ୟରେ କର୍କଟ ରୋଗର ନିରାକରଣ ଏବଂ ଏହାର ଉପଚାର ବିଷୟରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଇଥିଲା । ସ୍ତନ କର୍କଟଠାରୁ ଆରମ୍ଭ କରି ମହିଳା ମାନଙ୍କର ଗର୍ଭଶୟ କର୍କଟ,ତମାଖୁ ସେବନ ଯୋଗୁଁ ଲୋକେ ଆକ୍ରନ୍ତ ହେଉଥିବା ବିଭିନ୍ନ କର୍କଟ ରୋଗ ବାବଦରେ ଲୋକଙ୍କୁ ସଚେତନତା କରାଯାଇଥିଲା ।
(ରିପୋର୍ଟ-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.