ସାନଖେମୁଣ୍ଡି,୦୮/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଶ୍ୱନାଥ ପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ପାହିଲେ ପାନୀୟ ଜଳ ସମସ୍ୟା ଲାଗିରହୁଛି । ନୂତନ ଜଳ ପ୍ରକଳ୍ପର ଟାଙ୍କି ନିର୍ମାଣ ସରିଥିଲେ ସୁଦ୍ଧା ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇପାରୁନାହିଁ । ଲୋକ ମାନଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇଥାନ୍ତି । ପିପିଟି ନ୍ଯୁଜ୍ କୁ ହସ୍ତଗତ ହୋଇଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୭୩ ଲକ୍ଷ ୮୩ ହଜାର ଟଙ୍କାର ଏଷ୍ଟିମେଟ ହୋଇଥିଲା। ଉକ୍ତ କାର୍ଯ୍ୟ ୬୨ ଲକ୍ଷ ୯୩ହଜାର ୮୬୮ ଟଙ୍କାରେ ଏଗ୍ରୀମେଣ୍ଟ ହୋଇଛି। ତା-୨୮/୧୧/୨୦୧୯ରେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୨୧୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇ ପାରିନାହିଁ । ସରକାର ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ଦେଲେ କିନ୍ତୁ ସାନଖେମୁଣ୍ଡି ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ପ୍ରତି ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।
(ରିପୋର୍ଟ- ଆରତ କୁମାର ହୋତା। )