ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ।

0 36

ବୋଲଗଡ, ୦୪/୦୮(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ।ବୋଲଗଡ଼ ସମୋନ୍ବିତ ଶିଶୁବିକାଶ ଯୋଜନା ଅଧିକାରୀ କ୍ରିଷ୍ଣାପ୍ରିୟା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ମହିଳା ଓ ଶିଶୁବିକାଶ କେନ୍ଦ୍ର ଗୁଡିକରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ମହା ଆଡମ୍ବର ସହକାରେ ପାଳିତ ହେଉଅଛି।ଏହି ଅବସରରେ ଅନନ୍ତାପଲ୍ଲୀ ଅଙ୍ଗନୱାଡି କେନ୍ଦ୍ର ଆନୁକୂଲ୍ୟରେ ଓ ଅଙ୍ଗନବାଡି କର୍ମୀ କାମଳିନୀ ଦାସ, ମାମିନା ସାହୁ ଓ ରୀନା ବେଗମ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ପଞ୍ଚାୟତ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଗୋପାଳପୁର ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି l ଏହି ଦିବସରେ ମୁଖ୍ୟଅତିଥିଭାବେ ସରପଞ୍ଚ ପ୍ରଦୀପ କୁମାର ବାରିକ, ମୁଖ୍ୟବକ୍ତାଭାବେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରଭାତ ମହାରଣା, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁରେଖା ବେହେରା ଓ ସଂମାନନିତ ଅତିଥିଭାବେ ୱାର୍ଡସଭ୍ୟ ରଶ୍ମିତା ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ପଞ୍ଚାୟତ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ବହୁ ଅଙ୍ଗନବାଡ଼ି ସହାୟକ, ଆଶାକର୍ମୀ, କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ଵିଭାହିତ ମହିଳାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶିଶୁର ଶାରୀରିକ ବିକାଶ ପାଇଁ ମାର ପ୍ରଥମ କଷା କ୍ଷୀର ଶିଶୁପାଇଁ ଅମୃତ ସମାନ ଓ ଶିଶୁର ଶାରୀରିକ ବିକାଶରେ ମା କ୍ଷୀର ଅତ୍ୟନ୍ତ ପ୍ରୟୋଜନ ବୋଲି ମୁଖ୍ୟଅତିଥି ପ୍ରଦୀପ କୁମାର ବାରିକ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ।ଶିଶୁର ବିକାଶ ପାଇଁ ୬ମାସ ପର୍ଯ୍ୟନ୍ତ ମା କ୍ଷୀର ଶିଶୁକୁ ଦେବାସହ ପୃଷ୍ଟିକର ତଥା ସୁଷମ ଖାଦ୍ୟ ସମ୍ପର୍କରେ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ମୁଖ୍ୟବକ୍ତା ପ୍ରଭାତ ମହାରଣା ଓ ସୁରେଖା ବେହେରା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ତାଳତୁମ୍ବ, ଅନନ୍ତା ପଲ୍ଲୀ ଓ ମାଣିକପୁର ଅଙ୍ଗନବାଡି କେନ୍ଦ୍ରର କର୍ମୀ, ସହାୟିକା ଓ ଆଶାକର୍ମୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ।ସେହିଭଳି ଭାବରେ ବୋଲଗଡ ବ୍ଲକର ବିଭିନ୍ନ ଅଞ୍ଚଳ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ସ୍ଥିତ ହରିରାଜପୁର ପ୍ରାଥମିକ ବିଦ୍ୟାଳୟଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।ବୋଲଗଡ଼ ମହିଳା ଶିଶୁ ବିକାଶ କେନ୍ଦ୍ର ନିର୍ଦ୍ଦେଶ କ୍ରମେ ହରିରାଜପୁର ଅଙ୍ଗନୱାଡି କେନ୍ଦ୍ର, ସଂପୁର ଅଙ୍ଗନୱାଡ଼ି କେନ୍ଦ୍ର ଓ ଛୋଟରାପୁର ଅଙ୍ଗନୱାଡ଼ି କେନ୍ଦ୍ରର ମିଲିତ ସହଯୋଗରେ ଓ ହରିରାଜପୁର ଅଙ୍ଗନୱାଡ଼ି କର୍ମୀ ମମତା ବେହେରାଙ୍କ ଆ ବାହକତ୍ଵରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମରେ ମୁଖ୍ୟ ଆତିଥି ଭାବେ ହରିରାଜପୁର ପ୍ରାଥମିକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସବିତା ସୁବୁଦ୍ଧି, ସମ୍ମାନିତ ଅତିଥିଭାବେ ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ବେହେରା, ସାମ୍ବାଦିକ ନିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ବିଶ୍ଵ ସ୍ତନ ପାନ ଦିବସରେ ଶିଶୁର ଶାରୀରିକ ବିକାଶ ପାଇଁ ମାଆର ପ୍ରଥମ କଷା କ୍ଷୀର ଶିଶୁ ପାଇଁ ଅମୃତ ସମାନ, ଶିଶୁ ର ଶାରିରୀକ ବିକାଶରେ ମା କ୍ଷୀର ସର୍ବୋତ୍ତମ ଅଟେ ଓ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଶିଶୁକୁ ଦେବା ସହ ସୁଷମ ଖାଦ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.