ବିଶ୍ଵ ପରିବେଶ ଦିବସ ପାଳିତ ।

0 224

ବେଲଗୁଣ୍ଠା,୦୬/୦୬(ପିପିଟି); ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। କଂସାରୀ ସାହିର ବାସିନ୍ଦା ବେଲଗୁଣ୍ଠା ସହରରେ ଯେପରି ସୁସ୍ଥ ପରିବେଶ ଭିତରେ ରହିଛି ଓ ସମସ୍ତ ପ୍ରକାର ସ୍ୱଚ୍ଛ ତା ଅବଲମ୍ବନ କରୁଛନ୍ତି ସମସ୍ତ ସାହି ବାସିନ୍ଦା ଏହା ପ୍ରକାର ପାଳନ କଲେ ଆଗାମୀ ଦିନରେ ଗ୍ରାମ ଏକ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ନିର୍ବାହୀ ଅଧିକାରୀ ମତ ବ୍ୟକ୍ତ କରିଥିଲେ। ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା ସୁସ୍ଥ ସମାଜ ଗଠନ ରେ ସାହି ବାସିନ୍ଦା ସହିତ ସମସ୍ତ ଗ୍ରାମ ବାସୀ ଅଣ୍ଟା ଭିଡିବା ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷକ ରବନ୍ଦ୍ର ନାଥ ଚୌଧରୀଙ୍କ ପରିବେଶ ସୁରକ୍ଷା ବର୍ତ୍ତ ବହୁତ ଉଚ୍ଚକୋଟୀର ଥିଲା। ଏହି ଅବସରରେ କାଉନସିଲର ଚିନିମ୍ ଜାତିନ ପତ୍ର ସାହିରେ ଏକ କୋଠ ଘର ନିର୍ମାଣ ସହିତ ଏକ କମୁନିଟି ସେପ ଟିକ୍ ଟେଙ୍କ ର ଆବଶ୍ୟକ ବୋଲି ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ସମସ୍ତ ଘର ଆଗରେ ବୃକ୍ଷ ରୋପଣ କୁ ତ୍ବରାନ୍ବିତ କରାଯିବ ବୋଲି ମତପ୍ରକାଶ ପାଇଥିଲା। ଏହି ବୈଠକ ସମ୍ପୂର୍ଣ୍ଣ ଭାବେ କୋଭିଡ ନିୟମ ପାଳନ ସହକାରେ ହୋଇଥିଲା। ଏହି ଅବସରରେ ପୂର୍ବତନ କାଉନସିଲର ସି. ହେଚ୍ ଲିଙ୍ଗରାଜ ପାତ୍ର ଙ୍କ ସମେତ ଦୁଃଖିଶ୍ୟମ ନାୟକ,ଟି ପ୍ରଶାନ୍ତ ଶରାବ, କୁଞ୍ଜ ବିହାରି ସାହୁ, ଗଣପତି ପାତ୍ର, ରମାକାନ୍ତ ପତି, ଶଙ୍କର ନାରାୟଣ ପାତ୍ର, ଭି. ଗୋପାଳ ପତ୍ର, ମହିଳା ସଂଗଠନ ସଭାପତି, ଉପସଭାପତି ଉପସ୍ଥିତ ଥିଲେ। ଦୀପକ୍ କୁମାର ପତି ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଦଣ୍ଡ କାଳୀ ମନ୍ଦିର ପ୍ରାଙ୍ଗଣରେ କମିଟି ସଭାପତି ଏସ ଭାସ୍କର ପତ୍ର ଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସଭାପତି ଶଙ୍କର ବେହେରା, ସମ୍ପାଦକ ସୁଶାନ୍ତ କୁମାର ବେହେରା କୋଷାଧ୍ୟକ୍ଷ ପ୍ରକାଶ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଯଥା ବ୍ରଜେନ୍ଦ୍ର ପତି, ସଞ୍ଜୟ ବେହେରା, ଶିବାଶିଷ ସାହୁ, କାଶୀନାଥ ସାହୁ ଉପସ୍ଥିତ ରହି କାର୍ଯୟକ୍ରମକୁ ସମ୍ପୂର୍ଣ୍ଣ କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.