ଭଞ୍ଜନଗର,୦୫/୦୬(ପିପିଟି), ଲକଡ଼ାଉନ୍ ସମୟରେ ଗରୀବ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱାବଧାନରେ ୨୩ ଦିନ ଧରି ଆମେ ଅଛୁ କାର୍ଯ୍ୟକ୍ରମ ଜରିଆରେ ୯୦ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସଂଗଠନ ସ୍ଵେଚ୍ଛାସେବୀ ଏବଂ ବନ ବିଭାଗ ଦ୍ୱାରା ସାଇ ଗୁରୁକୂଳ ଆଶ୍ରମରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମେ ଅଛୁ କାର୍ଯ୍ୟକ୍ରମର ସ୍ଵେଚ୍ଛାସେବୀମାନେ ଆଶ୍ରମ ପରିସରକୁ ସାନିଟାଇଜ୍ କରାଯିବା ସହିତ ଅତିଥି ଏବଂ ଉପସ୍ଥିତ ବ୍ୟକ୍ତିମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଆଜି ଶ୍ରୀରାମ ନଗର, ୱାର୍ଡ ନମ୍ବର ୧୨,୯, ୫ ସମେତ ବଡ଼କୋଦଣ୍ଡl ଛକ, ବାଉଁଶଲୁଣ୍ଡି, ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ନିକଟ ତଳ ସାହି ଓ ମୁଖ୍ୟତଃ ଡହ ରୋଡ ବଡ଼ କୋଦଣ୍ଡl ପଞ୍ଚାୟତ ଅନ୍ତର୍ଗତ ଚିଦାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ କୁଷ୍ଠ ଆଶ୍ରମ ଅନ୍ତେବାସୀକୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା । ଆଜିର କାର୍ଯ୍ୟକ୍ରମରେ ଶୂଳପାଣି ଶତପଥୀ, ପଞ୍ଚାନନ ପାଳ, ଜଗବନ୍ଧୁ ଜେନା, ଜଗଦୀଶ ପାଣିଗ୍ରାହୀ, ଅଜିତ କୁମାର ଶତପଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆଗକୁ ନେଇଥିଲେ । ସେହିପରି ସାଇ ଗୁରୁକୁଳ ର ମାନସ ସାର, ହରିହର, ସଂଯୁକ୍ତା, ଖାଦ୍ୟ ରନ୍ଧନ ଏବଂ ଖାଦ୍ୟ ପୁଡିଆ ପ୍ରସ୍ତୁତି ରେ ରହି ଥିବା ବେଳେ ହେଲପିଙ୍ଗ ହାଣ୍ଡ ର ପ୍ରଶାନ୍ତ ଭାଇ, ସୁଧାକର ଭାଇ କାର ଯୋଗେ ଖାଦ୍ୟ ପହଞ୍ଚିବାରେ ସହ ଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆଜି ରାତ୍ର ଭୋଜନ ୪୦ଜଣଙ୍କୁ ଦିଆଯିବ । କୁଷ୍ଠା ଶ୍ରମ ଓ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ଆବଶ୍ୟକ ମନେ କରୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଆଜି ଦିଆଯିବ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )