ବ୍ରହ୍ମପୁର,୦୫/୦୬(ପିପିଟି): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ହିଞ୍ଜିଳି ଗସ୍ତରେ ଆସି ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଜିଲ୍ଲାପାଳଙ୍କ ଦ୍ଵାରା ଅଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ପ୍ରଥମେ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବାସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରାରମ୍ଭିକ ସ୍ୱାଗତ ଗୀତ ସହ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା।ସ୍କୂଲ ସବୁଜ ବାହିନୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବୃକ୍ଷର ଉପକାର ଉପରେ ଏକ ଆଲୋଚନା ଚକ୍ର କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗଛଟିଏ ରୋପଣ କରିବା ସହ ତାହାରି ଦାୟିତ୍ୱ ନେଇଥିଲେ।ପରିଶେଷରେ ମୁଖ୍ୟ ଅତିଥି ଜିଲ୍ଲାପାଳ ନିଜେ ସ୍କୁଲ ପରିସରରେ ଏକ ବୃକ୍ଷ ରୋପଣ କରିବାସହ ବୃକ୍ଷ ଦ୍ୱାରା ପରିବେଶ ସନ୍ତୁଳନ କିପରି ଉପଯୁକ୍ତ ରହେ ତାହାରି ଉପରେ ଏକ ସମ୍ୟକ ଦିଗଦର୍ଶନ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଦର୍ଶାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଡ଼ିଆରଡ଼ିଏପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ପ୍ରମୁଖ ଉପସ୍ଥିତ ଥିଲେ। ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଉକ୍ତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।