ବିଶ୍ବ ମୋଟରସାଇକେଲ ଦିବସ ପାଳିତ।

0 315

ବୋଡ଼େନ,୨୧/୦୬(ପିପିଟି); ବିଶ୍ଵ ମୋଟର ସାଇକେଲ ଦିବସ ଅବସରରେ କଳିଙ୍ଗ ଡେୟାର ଡେଭିଲ୍ସ ପକ୍ଷରୁ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଡେୟାର ପକ୍ଷରୁ ୨୩ ଜଣିଆ ପର୍ବତାରୋହୀ ଦଳ ହିମାଳୟ ଗିରି ଶୃଙ୍ଗର ୧୨୫୦୦ ଫୁଟ ଉଚ୍ଚତାକୁ ଚଢ଼ି ଜାତୀୟ ପତାକା ଉଡାଇଥିଲେ । ଓଡ଼ିଶାର ଏହି ଯୁବ ପ୍ରତିଭା ମାନେ କୋଭିଡ-୧୯ ଉପରେ ସଚେତନତା ଉଦ୍ଦେଶ୍ୟରେ ଭୁବନେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବାରା ପ୍ରଶଂସିତ ହୋଇଥିଲେ। ପରେ ନିଜ ନିଜ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଚେତନତାର ବାର୍ତା ଦେଉଛନ୍ତି। ବୋଡ଼େନ ଠାରୁ ୬ କି.ମି ଦୂରରେ ଥିବା ପାତଳଗଂଗା ପର୍ଯ୍ୟନ୍ତ ବାଇକ୍ ରାଲି ମାଧ୍ୟମରେ ସଚେତନ କରିବା ପାଇଁ କଳିଂଗ ଡେୟାର ଡେଭିଲ୍ସର ୧୧ ଜଣିଆ ଦଳ ବାଇକ୍ ରାଳି ଯୋଗେ ସଚେତନ କରେଇଥିଲେ।ଏଥିରେ ଦଳର ମୁଖ୍ୟ ଗିନିଜ୍ ବୁକ୍ ଅଧିକାରୀ ସଚିନ ବେହେରା, ନରହରି ଜଗତ, କପିଳେଶ୍ୱର ବାଘ,ଚିନ୍ମୟ ଜଗତ, ହିତେଶ ଜଗତ, ଦିନେଶ ଦଣ୍ଡସେନା,ଅଭିଷେକ ଯାଦବ, ଅଭିନାଶ ଦଣ୍ଡସେନା,ସ୍ବସ୍ତିକ ମୁଣ୍ଡ,ଅମନ ମହାନନ୍ଦ , ଆଦିତ୍ୟ ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

(ରିପୋର୍ଟ- ନିରାକାର ମେହେର। )

Leave A Reply

Your email address will not be published.