ବିଶ୍ବ ମତ୍ସ୍ଯ ଦିବସ ପାଳିତ।

0 272

ତିର୍ତ୍ତୋଲ,୨୧/୧୧(ପିପିଟି); ବିଶ୍ଵ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ମାସ ୨୧ ତାରିଖରେ ପାଳନ କରାଯାଏ । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଦ୍ବାରା ପଟିଲୋ ଗ୍ରାମପଞ୍ଚାୟତର ଖଣ୍ଡେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ମତ୍ସଚାଷୀ ମାନଙ୍କ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଧୁର ମାଛ ଚାଷରୁ ସଠିକ ଅମଳ ପାଇବା ନିମନ୍ତେ ପୋଖରୀ ଜଳ ପରିଚାଳନା,ରୋଗ ନିୟନ୍ତ୍ରଣ,ସୁଷମ ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି ବିଷୟରେ ସିଫା, କୌଶଲ୍ୟାଗଙ୍ଗ ରୁ ଅବସରପ୍ରାପ୍ତ ବିଶେଷଜ୍ଞ କିଶୋର ଚନ୍ଦ୍ର ପାଣି
ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୩୩ ଜଣ ମତ୍ସ୍ୟଚାଷୀ ଯୋଗ ଦେଇଥିଲେ । ଏଠାରେ ମାଗଣାରେ ପୋଖରୀ ପାଣିର ଅମ୍ଲତା ପରୀକ୍ଷା କରାଯିଵା ସହ ପଙ୍କ ପରୀକ୍ଷା କରାଯାଇ ଆମୋନିଆ, ନାଇଟ୍ରୋଜେନ,ଫସଫରସ ର ମାତ୍ରା ନିରୂପଣ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ପରାମର୍ଶ ଦିଆଯାଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )

Leave A Reply

Your email address will not be published.