ବିଶ୍ବ ପରିବେଶ ଦିବସରେ ସାମ୍ବାଦିକମାନଙ୍କୁ ଅଣଦେଖା ।

0 311

ମାଲକାନଗିରି,୦୫/୦୬(ପିପିଟି):ଆଜି ମାଲକାନଗିରି ବନ ବିଭାଗ ତରଫରୁ ସଦର ମହକୁମା ସ୍ଥିତ ବନଖଣ୍ଡ ସଭା କକ୍ଷରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଥିଲେ ମଧ୍ଯ କୌଣସି ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇ ନଥିବା ଜଣା ପଡିଛି । କିଛି ହାତ ଗଣତି ବନ କର୍ମଚାରୀମାନଙ୍କୁ ନେଇ ବିଶ୍ବ ପରିବେଶ ଦିବସ ଆୟୋଜନ ହୋଇଥିଲା ।ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ସରକାରୀ ଏବଂ ବେସରକାରୀ ଘଟଣାକୁ ଲୋକ ଲୋଚନକୁ ଆଣିଥାନ୍ତି । ଯଦି ନବୀନ ସରକାର ମୋ ସରକାର ବୋଲି ପ୍ରତ୍ଯେକ ସରକାରୀ କାର୍ଯ୍ଯାଳୟରେ ସୂଚନା ଫଳକ ମାରି ସରକାର ସାଧାରଣ ଜନତାଙ୍କ ଟାକ୍ସ ବା କର ରେ ଚାଲୁଥିବା ଘୋଷଣା କରିଛନ୍ତି,ତେବେ ବନ ବିଭାକ ଯେଉଁ ବିଶ୍ବ ପରିବେଶ ଦିବସ ପାଳନ କରୁଛି କାହା ପାଇଁ ?ସାଧାରଣ ଲୋକମାନଙ୍କ ଟ୍କସରେ ଯଦି ସମସ୍ତ ସରକାରୀ କର୍ମଚାରୀମାନେ ମାସିକ ଦରମା ପାଉଛନ୍ତି,ତେବେ ଏତେ ଅହଙ୍କାର କାହିଁକି ? ମାଲକାନଗିରି ବନ ବିଭାଗ ଅତି ଗୁପ୍ତ ଭାବରେ କିଛି ବନ କର୍ମଚାରୀମାନଙ୍କୁ ସ୍ବଳ୍ପ ସମୟ ମଧ୍ଯରେ ପରିବେଶ ଦିବସ ତରବରରେ ପାଳନ କରି କାହାକୁ ସଚେତନତା ବାର୍ତ୍ତା ପ୍ରଦାନ କରୁଛନ୍ତି ?ସାମ୍ବାଦିକମାନେ ସଦର ମହକୁମାରେ ରହିଥିଲେ ମଧ୍ଯ ସେମାନଙ୍କୁ ଡିଏଫଓ କିମ୍ବା ମାବକାନଗିରି ବନାଞ୍ଚଳ ଅଧିକାରୀ ସୂଚନା ନଦେବାର ଗୂଢ ରହସ୍ଯ କ’ଣ ବୋଲି ସାମ୍ବାଦିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
(ବରିଷ୍ଠ ସାମ୍ବାଦିକ- କେଶବ ଚନ୍ଦ୍ର ନାୟକ ।)

Leave A Reply

Your email address will not be published.