ବିଶିଷ୍ଠ ସାହିତ୍ୟିକ ଡ଼.ନିଶାକର ପାଢ଼ୀଙ୍କ ପରଲୋକ ।

0 21

ଭଞ୍ଜନଗର,୧୪/୦୬(ପିପିଟି); କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଓଡ଼ିଆ ବିଭଗ ମୁଖ୍ୟ, ତଥା ବିଶିଷ୍ଠ ସାହିତ୍ୟିକ,କବି,ଗବେଷକ, ଛାତ୍ର ବତ୍ସଳ ଡ଼. ନିଶାକର ପାଢ଼ୀଙ୍କର ସୋମବାର ସକାଳ ୭ଟା ସମୟରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇ ଆସୁଥିଲେ। ସ୍ବର୍ଗତ ପାଢ଼ୀଙ୍କର ନିଜ ଘର ଯାଜପୁର ଜିଲ୍ଲା ବରୁଣିଆ ଗ୍ରାମରେ ହୋଇଥିଲେ ମଧ୍ୟ ଭଞ୍ଜନଗର ଠାରେ ରହଣି ସମୟରେ ସେ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ବିଶେଷ କରି ସେ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବହୁ ଚେଷ୍ଟା କରିଥିଲେ। ସାହିତ୍ୟ ପତ୍ରିକା “ବହିତ୍ର “ର ସେ ସମ୍ପାଦକ ଥିଲେ।ଯାହାକି ସମଗ୍ର ଓଡ଼ିଶାରେ ଅଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଏଥି ସହ ତାଙ୍କ ରଚିତ ବହୁ କାବ୍ୟ, କବିତା,ଗଳ୍ପ ବିଭିନ୍ନ ମହଲରେ ବେଶ ଆଦୃତ ହୋଇପାରିଛି।ସେ ଜଣେ ଶାନ୍ତ ସରଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ବିୟୋଗରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳର ବହୁ ସାହିତ୍ୟିକ,କବି,ସହକର୍ମୀ,ଛାତ୍ର ଓ ଶୁଭେଛୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.