ବିଶିଷ୍ଟ ସମାଜସେବୀ ଅଚ୍ୟୁତ ରାମ ସାବତଙ୍କ ପରଲୋକ ।

0 446

ବ୍ରହ୍ମପୁର,୧୨/୦୨(ପିପିଟି); ହିଲପାଟଣାନିବାସୀ ବିଶିଷ୍ଟ ସମାଜସେବୀ ଅଚ୍ୟୁତ ରାମ ସାବତଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ସାବତ ଅବସର ପ୍ରାପ୍ତ ସୁନାମଧନ୍ୟ କୃଷି କର୍ମଚାରୀ ଏବଂ ଜଣେ ସୁନାମ ଧନ୍ୟ ସମାଜସେବୀ ।ସେ ପରିବେଶ ବୃକ୍ଷ ରୋପଣ ନିମନ୍ତେ ପ୍ରକୃତି ମିତ୍ର ଓ ଅନେକ ସମ୍ମାନ ପାଇ ଚନ୍ତି। ଆଜି ତାଙ୍କ ମରଶରୀରକୁ ନିଜ ଗ୍ରାମ ଶାସନ ଆମ୍ବ ଗାଁ ଋଷିକୁଲ୍ୟା ନଦୀ ତଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ମରଶରୀର ଶୋଭାଯାତ୍ରା ରେ ଶତାଧିକ ଗ୍ରାମବାସୀ ଘଣ୍ଟ କୀର୍ତ୍ତନ ସହ ରଥରେ ପରିକ୍ରମାରେ ଭାବ ବିହୋଳ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ । ଶେଷ ସମୟରେ ପୁତ୍ର ସୁବାସ ଚନ୍ଦ୍ର ସାବତ, ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ, କୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ସାବତ, ଜ୍ୱାଇଁ ଡ. ବିନୋଦ ସାବତ ଭାଇ ଅଭିରାମ ସାବତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିଲେ। ଶ୍ରୀ ସାବତଙ୍କ ବିୟୋଗ ରେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସାମେତ ବହୁ ବ୍ୟକ୍ତି ଶୋକ୍ ପ୍ରକାଶ କରିଥିଲେ।

Leave A Reply

Your email address will not be published.