ଏରସମା,୧୮/୦୭(ପିପିଟି); ବରିଷ୍ଠ ସିପିଆଇ ନେତା ପଲ୍ଲୀକଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ କମ୍ରେଡ ପ୍ରହଲ୍ଲାଦ କୁଅଁରଙ୍କ ଶ୍ରଦ୍ଧାଞ୍ଜଳି ସଭା କୃଷକ ସଭାର ରାଜ୍ୟ ସଭାପତି ତଥା କମ୍ମ୍ୟୁନିଷ୍ଟ ନେତା ସାଥି ଶଶୀଭୂଷଣ ସ୍ବାଇଁଙ୍କ ସଭାପତିତ୍ୱରେ ତାଙ୍କ ପୈତୃକ ଗ୍ରାମ ଏରସମାର ଭରିଶୋଳଠାରେ ଦିନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ ନେତା ତଥା ପୋସ୍କୋ ଆନ୍ଦୋଳନର ନେତା କମ୍ରେଡ ଅଭୟ ସାହୁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ବିଜେଡିର ରାଜ୍ୟ ସମ୍ପାଦକ ଶାରଦା ପ୍ରସନ୍ନ ଜେନା, ନବନିର୍ମାଣ କୃଷକ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ପଲ୍ଲୀକଣ୍ଟା ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସିପିଆଇ ନେତା ରାମଚଦ୍ର ମୁଦୁଲି, ଦେବାଶିଷ ପରିଜା, ନିରଞ୍ଜନ ବିଶ୍ୱାଳ, ସୁଧାକର ବିଶ୍ୱାଳ,ତାଙ୍କ ପୁତୁରା ତଥା ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଦୀନବନ୍ଧୁ ଖଣ୍ଡୁଆଳ, ଜପା ସମିତି ସଭ୍ୟ କୈଳାଶ ଜୟସିଂ, ପଲ୍ଲୀକଣ୍ଟା ପଞ୍ଚାୟତର ସମିତି ସଭ୍ୟ ନିମାଇଁ ଖଣ୍ଡୁଆଳ,ବ୍ଲକ କଂଗ୍ରେସ ସଭାପତି ତଥା କୃଷ୍ଣଚନ୍ଦ୍ରପୁର ପଂଚାୟତର ସରପଞ୍ଚ ବଲ୍ଲଭାନନ୍ଦ ସ୍ୱାଇଁ, ପୂର୍ବତନ ସରପଞ୍ଚ ନିବାରଣ ନାୟକ ଶିକ୍ଷାବିତ ଅତୁଲ୍ୟ ଖଣ୍ଡୁଆଳ, ପଲ୍ଲୀକଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ଖଣ୍ଡୁଆଳ, ମୁରବି ବାଇଧର କୁଅଁର,ସମାଜସେବୀ ବଳରାମ ସେଠି,ଆଡ଼ଭୋକେଟ ବାସୁଦେବ,ବ୍ଲକ ଅଧ୍ୟକ୍ଷ ସୁଧୀର ରଞ୍ଜନ ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ଯା ଇତିଶ୍ରୀ ଭୂୟାଁ,ବିଜେଡି ନେତା ପୀତବାସ ଗୋଛାୟତ ପ୍ରମୁଖ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାଥି ପ୍ରହଲ୍ଲାଦ କୁଅଁରଙ୍କ ସ୍ମୃତି ଚାରଣ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇର ଶତାଧିକ ସାଥି ସମର୍ଥକ ଉପସ୍ଥିତ ଥିଲେ l