ବିଳମ୍ବିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ନେଇ ବିଜେପିର କ୍ଷୋଭ ।

0 565

ବ୍ରହ୍ମପୁର,୧୧/୦୨(ପିପିଟି); “ଯଦି ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ୍ଷ ଭାବେ ଆସିବାର ନଥିଲା ତେବେ ସାଧାରଣ ଲୋକଙ୍କ ଜୀବନ ଜୀବିକା ସହ ଜଡିତ ପ୍ରକଳ୍ପ ଗୁଡିକୁ ପୂର୍ବରୁ କାହିଁକି ଲୋକାର୍ପଣ କରାଗଲା ନାହିଁ” ବୋଲି ହିଞ୍ଜିଳିକାଟୁ ନଗର ବିଜେପି, ଶାସକ ଦଳକୁ ପ୍ରଶ୍ନ କରିଛି। ନିର୍ମାଣ ସମ୍ପୂର୍ଣ୍ଣ ହେବାର ବହୁ ଦିନ ବିତିଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ଜୀବନ ଜୀବିକା ସହ ଜଡିତ ପ୍ରକଳ୍ପ ଗୁଡିକୁ ଆଜିଯାଏଁ ଉଦ୍‌ଘାଟନ ନକରଯାଇ ଆଜି ଯାଏଁ କାହିଁକି ଅଟକାଇ ରଖାଯାଇଥିଲା। ଯଦିଓ ମୁଖ୍ୟମନ୍ତ୍ରୀ ପୂର୍ବରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଇଣ୍ଡୋର ଷ୍ଟାଡିୟମକୁ ଉଦ୍‌ଘାଟନ କରିଥିଲେ ସେହି ସମୟରେ ହିଁ ବସଷ୍ଟାଣ୍ଡ ଓ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରାଗଲା ନାହିଁ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ହୋଇଥିବା ସାଜସଜ୍ଜାକୁ ନେଇ ମଧ୍ୟ ବିଜେପି ନେତାମାନେ ବର୍ଷିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ହେଉଥିବା କାର୍ଯ୍ୟକ୍ରମ ପାଇଁ ଏତେ ଆଲୋକମାଳା ଓ ସାଜସଜ୍ଜା “ବହୁ ଆଡମ୍ବରେ ଲଘୁ କ୍ରିୟା” ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସମୟରେ ବିସ୍ଥାପିତ ମାନଙ୍କୁ ବ୍ୟବସାୟ କରିବା ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଆଜି ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲ୍ଲା ଉପ-ସଭାପତି ମାଧବ ଗୌଡ଼ ଏବଂ ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ଆକାଶ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.