କୋଦଳା,୧୫/୧୧(ପିପିଟି):ମଙ୍ଗଳବାର ଅପରାହ୍ନରେ କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ ବିର୍ଷା ମୁଣ୍ଡାଙ୍କ ୧୪୭ ତମ ଜୟନ୍ତୀ ଅବସରରେ “ସ୍ୱାଧୀନତା ସଂଗ୍ରାମ ରେ ଜନଜାତି ନେତାଙ୍କ ଅବଦାନ “ଶୀର୍ଷକ ଏକ ବକ୍ତୃତା ପ୍ରତଯୋଗୀତା ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜୁବାଳା ନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ଅଧ୍ୟାପକ ବିନୋଦ କୁମାର ମିଶ୍ର ଓ ଅଧ୍ୟାପିକା ଗୃହଲକ୍ଷ୍ମୀ ସାହୁ ସ୍ବେଚ୍ଛାସେବୀଙ୍କୁ ଜନଜାତି ସମ୍ୱନ୍ଧୀୟ ନେତାଙ୍କ ଭୂମିକା ଉପରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପ୍ରତିଯୋଗିତା ଦ୍ୱତୀୟ ଓ ତୃତୀୟ ବର୍ଷ ସ୍ନାତ୍ତକ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା ବେଳେ ବିଚାରକ ଭାବେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡଃ ପ୍ରଦୀପ କୁମାର ପଣ୍ଡା ଓଡ଼ିଆ ବିଭାଗ ଅଧ୍ୟାପକ ସାଗର ଚାନ୍ଦ ପାତ୍ର ଓ ଅଧ୍ୟାପିକା ଗୃହଲକ୍ଷ୍ମୀ ସାହୁ କାର୍ଯ୍ୟଭାର ସମ୍ଭାଳିଥିଲେ ।କାର୍ଯ୍ୟକ୍ରମ ଅଧିକାରୀ ଡଃ ସାଗରୀକା ସ୍ୱାଇଁ, ଅଧ୍ୟାପିକା ସାଗରୀକା ଦାଶ,ରସାୟନ ବିଭାଗ ଅଧ୍ୟାପକ ଶ୍ରୀକାନ୍ତ ମହାପାତ୍ରଙ୍କ ସହିତ ଅନ୍ୟ ସମସ୍ତ ଅଧ୍ୟାପକ /ଅଧ୍ୟାପିକା,କଲେଜ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ ଲିପ୍ସା ରାଣୀ ହୋତା, ଦ୍ଵିତୀୟ ସ୍ଥାନ ରେ ନନ୍ଦିନୀ ସାହୁ,ତୃତୀୟ ସ୍ଥାନରେ ମିତାଲି ରଥ ପୁରସ୍କୃତ ହୋଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )