ବିରମହାରାଜପୁର ରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ।

0 340

ଉଲୁଣ୍ଡା,୧୭/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସାମ୍ବାଦିକ ଭବନ ପରିସରରେ ବ୍ୟାଡମିଣ୍ଟନ ଗ୍ୟାଲେକ୍ସି ସଂଗଠନ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଦୁଇଦିନିଆ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟଅତିଥି ଏବଂ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ମିତାଲି ମହାକୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସଭା କାର୍ଯ୍ୟ ସଂଯୋଜନା କରିଥିବାବେଳେ ଏସଡିପିଓ ଧିରଜ କୁମାର ଚୋପଦାର ଏବଂ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାକୁର ସଭାରେ ଉପସ୍ଥିତ ଥିଲେ ।ଏହି ମ୍ୟାଚ ଦୁଇଦିନ ଧରି ହେବାକୁ ଥିବାବେଳେ ଏଥିରେ ବିରମହାରାଜପୁର ଅଂଚଳର ୨୦ଟି ବଛା ବଛା ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.