ବିରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ମୂଲ୍ୟାଙ୍କନ ଓ଼ ସ୍ୱୀକୃତି ପରିଷଦ କମିଟିର ପରିଦର୍ଶନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ।
ଉଲୁଣ୍ଡା,୦୭/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁଦାମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏନଏଏସି( ଜାତୀୟ ମୂଲ୍ୟାଙ୍କନ ଓ ସ୍ୱୀକୃତି ପରିଷଦ) କମିଟିର ପରିଦର୍ଶନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାବିଦ୍ୟାଳୟର ଉନ୍ନତି ପାଇଁ ସେ ସବୁପ୍ରକାର ସାହାଯ୍ୟ ସହଯୋଗ କରିବେ କହିଥିଲେ । ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ ମହାବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ମହାବିଦ୍ୟାଳୟର ଉନ୍ନତି ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ, ମୂରଲୀ ଧର ହୋତା, ଦୀନବନ୍ଧୁ ମେହେର ଏନଏଏସି ମାନ୍ୟତା ପାଇବାକୁ ହେଲେ ଆତ୍ମବିଶ୍ୱାସ ସହ ଗୋଷ୍ଠୀବଦ୍ଧ ଭାବରେ କାର୍ଯ୍ୟ କରିବାକୁ ହେବ ବୋଲି ଦିଗଦର୍ଶନ ଦେଇଥିଲେ । ଏହା ସହିତ ଏହି ସଭାରେ ହୃଷିକେଶ ପ୍ରଧାନ, ଅଧ୍ୟାପକ ପ୍ରକାଶ କୁମାର ସେଠ ନିଜର ମତ ଦେଇଥିଲେ । ଅଧ୍ୟାପିକା ସୀମାରାଣୀ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଅଧ୍ୟାପିକା ସୁପ୍ରଭା ନନ୍ଦ ଅତିଥି ପରିଚୟ ପ୍ରଦାନ ଅଧ୍ୟାପିକା ଯାମିନୀ ଦାଶ ସଭା ପରିଚାଳନା କରିଥିବାବେଳେ ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହିସଭାରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହିତ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲ ।
(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)