ବିରମହାରାଜପୁର ବ୍ଲକରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ହିଲୁଙ୍ଗ ଓ କମଳପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

0 270

ଉଲୁଣ୍ଡା,୦୨/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ହିଲୁଙ୍ଗ ଓ କମଳ ପୁର ଗ୍ରାମରେ ଶନିବାର ଜଣେ ଲେଖାଏଁ କରୋନା ପୋଜିଟିଭ ଚିହ୍ନଟ ହେବାପରେ ଆଜି ଉଭୟ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉଭୟ ଆକ୍ରାନ୍ତଙ୍କୁ ସୁବର୍ଣ୍ଣପୁର ସ୍ଥିତ କୋଭିଡ ହସପିଟାଲରେ ଭେଟି କରାଯାଇଛି ।କମଳପୁର ଆକ୍ରାନ୍ତ ଜଣକ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଷ୍ଟାଫନର୍ସ କାର୍ଯ୍ୟ କରୁଥିବା ଜଣାଯାଇଛି । ପୂର୍ବରୁ କମଳପୁର ଗ୍ରାମରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜୁଲାଇ ୧୯ରୁ ୨୭ ଯାଏଁ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଶନିବାର ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜି ପୁଣିଥରେ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଲୋକମାନଙ୍କୁ ଗ୍ରାମ ଭିତରକୁ ଓ ବାହାରକୁ ଯିବା ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ଉକ୍ତ ଗ୍ରାମକୁ ଅତ୍ୟାବସ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ।ସେହିପରି ହିଲୁଙ୍ଗ ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗ୍ରାମକୁ ସାନିଟାଇଜ କରାଯିବ ସହ ସଂକ୍ରମିତଙ୍କ ସମ୍ପର୍କୀୟ ମାନଙ୍କର ସ୍ୱାବ ପରୀକ୍ଷା ନିମନ୍ତେ ସଂଗ୍ରହ କରାଯିବା ସହ ଏହି ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ସାନିଟାଇଜ କରାଯାଇ ସମସ୍ତ କର୍ମଚାରୀ। ମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ଜଣାପଡିଛି । ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.