ଉଲୁଣ୍ଡା,୩୧/୧୦(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ବିଜେଡି ତରଫରୁ ନିର୍ବାଚନ। ମଣ୍ଡଳୀ ସ୍ତରୀୟ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସୁବର୍ଣ୍ଣପୁର ଜିଲ୍ଲା ସାଧାରଣ ସମ୍ପାଦକ ସ୍ୱୟଂଭୁ ନାଥ ଖଣ୍ଡଗିରିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ବିରମହାରାଜପୁର ମୁଖ୍ୟ ଛକ ରୁ ଏକ ସଚେତନତା ରାଲି ବାହାରି ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚି ସେଠାରେ ଜଣ ସାଧରଣଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ,ସରକାରୀ ଓକିଲ ଶ୍ରୀନିବାସ ଚାନ୍ଦ,ପ୍ରଦୀପ ମିଶ୍ର, ସତ୍ୟନଜୀବ ମିଶ୍ର,କଲ୍ଲୋଲ ମିଶ୍ର,ଧୀରେନ୍ଦ୍ର ନାରାୟଣ ପଣ୍ଡା,ନାରାୟଣ ଲୁହ,ଆତ୍ମାର ଅଧ୍ୟକ୍ଷ ଆଲୋକ ଦେହୁରୀ, ଭଗବାନ ମହାକୁର, ସୁରୁନାରାୟଣ ମହାକୁର, ଆମ୍ବେଦକର ସେବା ସଂଘର ସଭାପତି ନାରାୟଣ ଭୋଇ,ସନ୍ତୋଷ ସିଂ ପ୍ରମୁଖ ସାମିଲ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)