ବିଭିନ୍ନ ସ୍ଥାନରେ ବିଶ୍ୱ ଟିବି ଦିବସ ପାଳିତ ।

0 236

ବେଲଗୁଣ୍ଠା,୨୪/୦୩(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଏବଂ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଟିବି ଦିବସ ପାଳିତ ହୋଇଯାଇଛି । କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଏବଂ ଅସଭିଆନ୍ସ ରେଡ ରିବନ କ୍ଲବ ତରଫରୁ ବିଶ୍ୱ ଟିବି ଦିବସ ପାଳିତ ହୋଇ ଯାଇଛି ।ଏଥିରେ ସଭାପତିତ୍ୱ କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଟିବି ଏବଂ ଏଡ଼ସ ମଧ୍ୟରେ ସମ୍ପର୍କ ସମ୍ପର୍କ କଥା କହିଥିଲେ । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁର୍ଗା ପ୍ରସାଦ ପାତ୍ର ସାଧନ ବ୍ୟକ୍ତି ରୂପେ ଯୋଗ ଦେଇ ଟିବି ର କାରଣ ଏବଂ ନିରାକରଣ ସମ୍ପର୍କରେ କହିଥିଲେ । ଅନ୍ୟ ସାଧନ ବ୍ୟକ୍ତିତ୍ୱ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଏଆରଟି କେନ୍ଦ୍ରର ଉପଦେଷ୍ଟା ସନୋଜ କୁମାର ମହାନ୍ତି ଏଡ଼ସ ଏବଂ ଟିବି ମଧ୍ୟରେ ଥିବା ସମ୍ପର୍କକୁ ବୁଝାଇଥିଲେ । ଯୁବ ରେଡ କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ଏବଂ ସ୍ନିଗ୍ଧା ରାଣୀ ଗଉଡ଼ ପରିଚାଳନା କରିଥଲେ । ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଲ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ପାଇଲିପଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟିବି ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର, ଟିବି ସୁପରଭାଇଜର୍ ଦୁର୍ଗା ବାବୁ ପ୍ରମୁଖ ଯୋଗ ଦେଇ ଟିବି ସମ୍ପର୍କରେ ସଚେତନ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ଆଶା କର୍ମୀ ମାନେ ସହଯୋଗ କରିଥିଲେ ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.