ଭଞ୍ଜନଗର,୨୫/୧୨(ପିପିଟି) : ଭଞ୍ଜନଗର ଥାନା ଅଧୀନ ବେତାର ଗ୍ରାମ ନିକଟ ଏକ ଢ଼ାବାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ପୋଲିସ ସେଠାରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ୪୦ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୁକ୍ତ ଥିବା ଅଭିଯୋଗରେ ତନରଡା ଗ୍ରାମର କାର୍ତ୍ତିକେଶ୍ୱର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଆକ୍ଟ ଅନୁଯାୟୀ କେସ ନମ୍ବର ୫୬୩/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post