ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ବିକ୍ଷୋଭ ।

0 306

କୋଦଳା,୦୩/୧୨(ପିପିଟି): ଆଶା କର୍ମୀ କର୍ମଚାରୀ ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇ ନଥିବାରୁ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ଗତ ୨୯ ତାରିଖରୁ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ନିର୍ଦ୍ଦେଶ କ୍ରମେ ଶନିବାର କୋଦଳା ଅଞ୍ଚଳର ଶତାଧିକ ଆଶା କର୍ମୀ ସେମାନଙ୍କ ବିଭିନ୍ନ ଦାବି ନେଇ କୋଦଳା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ସେମାନଙ୍କ ନାର୍ଯ୍ୟ ଦାବି ପୂରଣ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ସରକାରୀ ମାନ୍ୟତା ନ ଦେବା ପର୍ଯ୍ୟନ୍ତ ୧୮୦୦୦/-ଦରମା ପ୍ରଦାନ କରିବା, ଅବସର ନେଉଥିବା କର୍ମୀମାନଙ୍କୁ ଏକ କାଳୀନ ୫ଲକ୍ଷ ଓ ପେନସନ ମାସିକ ୫୦୦୦/- ପ୍ରଦାନ କରିବା, କାର୍ଯ୍ୟରତ ସମୟ ରେ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ ପ୍ରଦାନ ସହିତ ପରିବାର ର ଜଣଙ୍କୁ ଚାକିରୀ, ଯୋଗ୍ୟତା ଭିତ୍ତି ରେ ଏଏନଏମ ଭାବେ ନିଯୁକ୍ତି ପ୍ରଦାନ, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶା ଗୃହ ନିର୍ମାଣ ଓ କୋଭିଡ ସମୟରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାରଙ୍କ ଘୋଷଣା ରାଶି ଶୀଘ୍ର ପ୍ରଦାନ ନିମିତ୍ତ ଦାବି ପୂରଣ ନେଇ ଧାରଣା ରତ ଆଶା କର୍ମୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.