ରାୟଗଡା:୧୪/୧୨(ପିପିଟି); କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ବିଲ ପ୍ରତ୍ୟାହାର ଦାବିକରି ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଡାକରାରେ ଦେଶ ବ୍ୟାପି ହେଉଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ସମର୍ଥନ ଜଣାଇ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ ଏଲ)ଲିବରେସନ ସମେତ ଜିଲ୍ଲାର ବିଭିନ୍ନ ଗଣ ସଙ୍ଗଠନ ଏକତ୍ରିତ ହୋଇ ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ଵିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଧାରଣା ଦେଇଥିଲେ।କେନ୍ଦ୍ର ସରକାର ଆଣିଥିବା ଜନ ବିରୋଧୀ, କୃଷକ ବିରୋଧୀ କୃଷିବିଲ ପ୍ରତ୍ୟାହାର, ମଣ୍ଡି ଉଚ୍ଛେଦ ବ୍ୟବସ୍ଥାକୁ ବନ୍ଦ କରିବା, ଭାଗଚାଷୀଙ୍କୁ ଜୀବିକା ଉଚ୍ଛେଦକାରୀ ଠିକା ଆଇନ ବାତିଲ କରିବା, କୃଷିକ୍ଷେତ୍ରକୁ କର୍ପୋରେଟ ଲିଙ୍କ ବନ୍ଦ କରିବା,୨୦୨୦ ନୂତନ ବିଦ୍ୟୁତ ସଂଶୋଧନ ଆଇନ ଉଚ୍ଛେଦ କରିବା, ଦିଲ୍ଲୀ ଠାରେ କୃଷକ ମାନଙ୍କ ଆନ୍ଦୋଳନ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିବା ୪ ଜଣ କୃଷକଙ୍କୁ ୫୦ ଲକ୍ଷ୍ୟ ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ଇତ୍ୟାଦି ଦାବି କରି ସିପିଆଇ(ଏମ ଏଲ)ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ତ୍ରିପତି ଗମାଙ୍ଗ,କଂଗ୍ରେସଦଳ ଶ୍ରମିକ ସଂଗଠନର ଭବାନୀ ଶଙ୍କର ଜେନା ,ମହିଳା ନେତ୍ରୀ ରତ୍ନମଣି ଉଲାକା ,ସନ୍ତୋଷ ଦାଶ, କୃଷି ଏକଦା ପରିଷଦ ପକ୍ଷରୁ ସନ୍ତୋଷ ମାଣ୍ଡାଙ୍ଗି, AICCTU ର ରାଜ୍ୟକମିଟି ସଦସ୍ୟ ବୃନ୍ଦାବନ ବିଡିକା, AIKM ରାୟଗଡା ଜିଲ୍ଲା ସଭାପତି ସମ୍ବରା ଶବର, କରୁଣାକର ଲିମା, ମୂର୍ତ୍ତି ମିଣିଆକା,ଅସମାବିନ ଶବର ପ୍ରମୁଖଙ୍କ ନେତୃତ୍ବରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )