ଭଞ୍ଜନଗର,୨୫/୦୪(ପିପିଟି): ସୋମବାର ଅପରାହ୍ନ ସମୟରେ ଭଞ୍ଜନଗର ଗସ୍ତରେ ଆସି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଖପାଖ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ସହ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ। ।ପ୍ରଥମେ ଭଞ୍ଜନଗର ଏନଏସିର ୯ନଂ ୱାର୍ଡରେ ଥିବା ହାତୀବନ୍ଧ ବୁଲି ଦେଖିବା ପରେ ଶିଳ୍ପ ଓ ତାଲିମ କେନ୍ଦ୍ର,ଇଞ୍ଜିନିୟରିଙ୍ଗ ସ୍କୁଲ,ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବୁଲିବା ସହ ୱାଟର ପାର୍କର ସ୍ଥାନ, ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ ଓ ସପିଙ୍ଗ ମଲ ସ୍ଥାନର ସ୍ଥିତି ଅନୁଧ୍ୟାନ କରି ଯଥାଶୀଘ୍ର ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡ଼ିଓ ଅନୀଲ କୁମାର ସେଠୀ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ବିଭିନ୍ନ ବିଭାଗର ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )