ମାଲକାନଗିରି,୨୮/୦୭(ପିପିଟି):ମାଲକାନଗିରି ଥାନା ଅନ୍ତର୍ଗତ କୋରୁକୋଣ୍ଡାର ଅନତି ଦୂରରେ ଆଜି ଏକ ବିଭିତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଯାହାକୁ ନେଇ ଅଞ୍ଚଳରେ ଆଲୋଡୋନା ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାହ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ କାଟିବା ପାଇଁ ଯାଇଥିଲେ । ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଜମିକୁ ଯାଇ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରେ ରକ୍ତ ପଡିଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରେ ରକ୍ତ ଛିଟା ପଡିଥିଲା । ରକ୍ତ ଦାଗ ସହ ଘୋଷାରି ହୋଇ ଯାଇଥିବା ଚିହ୍ନ ଦେଖି ସେହି ଚିହ୍ନକୁ ଅନୁଶୀଳନ କରି ପରିବାର ଲୋକେ ନିକଟରେ ପ୍ରବାହିତ ହୋଇଥିବା ନାଳ ନିକଟରେ ପହଞ୍ଚି ଥିଲେ । ସେହି ନାଳ ନିକଟରେ ଭୀମଙ୍କ ରକ୍ତାକ୍ତ ମୃତ ଶରୀର ଦେଖିବାକୁ ପାଇଥିଲେ । ତେବେ ଭୀମଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଥିବା ବେଳେ ଭୀମ ବାଉଁଶ କାଟିବା ନିମନ୍ତେ ନେଇଥିବା ଟାଙ୍ଗିଆଟି ନିଖୋଜ ଥିଲା । ସେହି ଟାଙ୍ଗିଆରେ
କେହି ପ୍ରହାର କରି ହତ୍ୟା କରଥିବା ସନ୍ଦେହ କରାଯାଉଛି । ତୁରନ୍ତ ପରିବାର ଲୋକେ ମାଲକାନଗିରି ଥାନାକୁ ଯୋଗଯୋଗ କରିବା ପରେ ସୂଚନା ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ସବ ବ୍ୟବଛେଦ ପାଇଁ ପଠାଇବାଥିଲେ ।ମାଲକାନଗିରି ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି । ତେବେ କିଏ ଏବଂ କାହିଁକି ଏଭଳି ବିଭତ୍ସ ହତ୍ଯା କାଣ୍ଡ ଘଟଣା ଘଟାଇଛି ,ଅଦ୍ଯାବଧି ପୋଲିସ ଆସାମୀର ଟେର୍ ପାଇନଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟର, ମାଲକାନଗିରି)