ବିବାହିତ ମହିଳାଙ୍କ ଆତ୍ମହତ୍ୟା ।

0 314

ବେଲଗୁଣ୍ଠା,୨୨/୦୨(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମରେ ଜଣେ ବିବାହିତ ମହିଳା ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁଙ୍କ ପତ୍ନୀ ସୁନୀତା ସାହୁ (୩୦) । ତାଙ୍କ ପତି ସୁରତ ରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପାରିବାରିକ ଅଶାନ୍ତି କାରଣରୁ ସେ ଆଜି ସକାଳ ଦଶଟା ବେଳେ ଆତ୍ମହତ୍ୟା କରିଥିବା ପୋଲିସ ସୁତ୍ରରୁ ଖବର ମିଳିଛି । ମୃତ ସୁନୀତାଙ୍କ ଗୋଟିଏ ୮ ବର୍ଷ ବୟସର ପୁଅ ଅଛି । ମୃତ ସୁନୀତା ଙ୍କ ମାଆ ପଦ୍ମାବତୀଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ନେଇ ବେଲଗୁଣ୍ଠା ପୋଲିସ ୭୭/୩୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.