ବିପ୍ଲବୀ ବିର୍ସା ମୁଣ୍ଡା ।

0 321

ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ଏକ ଗରିବ ଅବହେଳିତ ନିସ୍ପେଷିତ ମୁଣ୍ଡା ଆଦିବାସୀ ସଂପ୍ରଦାୟରେ ଜନ୍ମ ଗ୍ରହଣ କରିଥିଲେ ।ରାଞ୍ଚି ଜିଲ୍ଲା ଅନ୍ତର୍ଗତ ଖୁଣ୍ଟି ସବ୍ଡିଭିଜନର ଆଡକି ଥାନା ନିକଟସ୍ଥ ଉଲିହାତୁ ତାଙ୍କ ଗ୍ରାମ ନାମ ।ତାଙ୍କ ପ୍ତାଙ୍କ ନାମ ମୁଗନା ମୁଣ୍ଡା ଏବଂ ମାତାଙ୍କ ନାମ କାର୍ମୀହାତୁ ।ତାଙ୍କ ପିତା ଜୟପାଲ ନାଗ ଆଶ୍ରମ ସ୍କୁଲରେ ନାାମ ଲେଖାଇଥିଲେ ।ପରବର୍ତ୍ତୀ ସମୟରେ ୧୬ ବର୍ଷ ବୟସରେ ଚାଇଁବସା ସ୍ତିତ ବିଇଏଲ ମଧ୍ଯ ଇଂରେଜ ସ୍କୁଲରେ ତାଙ୍କ ନାମ ଲେଖାଇ ଦେଲେ ।ସେଠାରେ ସେ ୪ ବର୍ଷ ସମୟ ଅତିବାହିତ କରିଥିଲେ ।ଦିନେ ଜଣେ ସହପାଠୀଙ୍କୁ ପରି ଲଙ୍ଗଳରେ ଯୋଚା ଯାଇ ହଳ କରାଯାଉଥିବା ପରିପ୍ରେକ୍ଷୀରେ ବିର୍ସା କ୍ରୋଧାନ୍ମିତ ହୋଇ ଜୁଆଳୀ,ଲଙ୍ଗଳକୁ ନେଇ ଏକ ପୁଷ୍କରିଣୀରେ ଫୋପାଡି ଦେଇଥିଲେ ।ଫଳରେ ଇଂରେଜ ପ୍ରଧାନ ଶିକ୍ଷକ ତାଙ୍କୁ ପ୍ରବଳ ବେତ୍ରାଘାତ କରିବା ସହ ବିଦ୍ଯାଳୟରୁ ଚିର ଦିନ ପାଇଁ ବହିଷ୍କାର ତରିଥିଲେ ।ଏହି ଠାରୁ ବିସ୍ତ୍ରାଙ୍କ ବିଦ୍ଯାଧ୍ଯୟନର ସଂପୂର୍ଣ୍ଣ ପୂର୍ଣ୍ଣଛେଦ ପଡିଲା ।ସେ ପାଠ ପଢା ତ୍ଯାଗ କରି ପେଟ ପୋଷିବା ପାଇଁ ବରଗାଁର ଜଗମୋହନ ସିଂହଙ୍କ ନିକଟରେ କିଛି ଦିନ ପାଇଁ କର୍ମ ନିୟୋଜନରେ ସଂଶ୍ଲୀଷ୍ଠ ଥିଲେ ।୧୮୯୦ର ୧୮୯୪ ପର୍ଯ୍ଯନ୍ତ ତାଙ୍କର ରହଣି କାଳରେ ହୀରି ନାମ୍ନି ଏକ ଯୁବତୀଙ୍କୁ ବିବାହ କରିଥିଲେ ।ବିବାହରେ ସ୍ବଳ୍ପ ଦିନ ପରେ ତାଙ୍କର ପତ୍ନୀଙ୍କ ବିୟୋଗ ଘଟିଥିଲା ।ବିହାରରେ ୧୮୯୪ ମସିହାରେ ଭୀଷଣ ଦୁର୍ଭିକ୍ଷ ପଡିଲା ।ଛୋଟନାଗପୁର ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନେ କ୍ଷୁଧା ନିବାରଣ ପାଇଁ ଜଙ୍ଗଲରୁ ଫଳ ମୂଳ କନ୍ଦ ଶାଗ ଭକ୍ଷଣ କରି ଜୀବନ ବହୁ କଷ୍ଟରେ ବଞ୍ଚାଇଲେ ।ଏଭଳି ଦୁର୍ଦ୍ଦିନରେ ମଧ୍ଯ ପୂର୍ବ ପରି ଇଂରେଜ ସରକାର ଖଜଣା ଆଦାୟ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କଲେ ।ଖଜଣା ଆଦାୟ ପାଇଁ ମହିଳାମାନଙ୍କ ଦେହରେ ଧାରଣ କରିଥିବା ଅଳଙ୍କାରକୁ ମଧ୍ଯ ଜବରଦସ୍ତ ଛଡାଇ ନେଲେ ।ଯାହା ନିକଟେରେ ଗହଣା ନଥିଲା ସିପାହୀମାନେ ସେ ମହିଳାର ଇଜତ ଲୁଟିଲେ ।ଏପ୍ରକାର ଇଂରେଜ ସରକାରଙ୍କ କର୍ମଚାରୀମାନଙ୍କ ବର୍ବରୋଚିତ କାଣ୍ଡ ଦେଖି ବିର୍ସାଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ବଳିତ ହେବାକୁ ଲାଗିଲା ।ସେ ମୁଣ୍ଡା ଆଦିବାସୀ ଯୁବକମାନଙ୍କୁ ନେଇ ଏକ ସଂଗଠନ ନିର୍ମାଣ କଲେ ଏବଂ ଖଜଣା ଆଦାୟକାରୀ ଦଳ ଉପରେ ଆକ୍ରମଣ କଲେ ।ଫଳରେ ଘଟଣାସ୍ଥଳରେ ହେଡ କନେଷ୍ଟବଳ ୟୁସୁଫ୍ ଖାଁ ଓ ସିପାହୀ ଗୋଲାବ୍ ସିଂହଙ୍କୁ ହତ୍ଯା କଲେ ।ଏହା ଦେଖି ଅନ୍ଯ ସିପାହୀମାନେ ଭୟରେ ପଳାୟନ କଲେ ।ଏହି ସମୟରେ ରାଞ୍ଚିରେ ଡେପୁଟି କମିଶନର ଭାବେ ଏଚ.ସି ଷ୍ଟ୍ରଟଫିଲ୍ଡ ଅବସ୍ଥାପିତ ହୋଇଥିଲେ ୧୮୯୪ ମସିହା ଅଗଷ୍ଟ ୨୬ ତାରିଖ ଦିନ ବିର୍ସାଙ୍କୁ ପ୍ରଥେମେ ଗିରଫ କରାଯାଇ ରାଞ୍ଚି କାରାଗାରକୁ ପ୍ରେରଣ କରାଗଲା । ଦୀର୍ଘ ୨ ବର୍ଷ ପରେ ଅର୍ଥାତ ୧୮୯୭ ମସିହାରେ ମହାରାଣି ଭିକ୍ଟୋରିଆଙ୍କ ରାଜତ୍ବର ହୀରକ ଜୟନ୍ତୀ ପାଳନ ପରିପ୍ରକ୍ଷୀରେ ସମସ୍ତ ରାଜବନ୍ଦୀମାନଙ୍କୁ କାରା ମୁକ୍ତ କରାଯାଇଥିଲା ।ଫଳଖେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ ହୋଇଥିଲେ ।ଜେଲରୁ ମୁକ୍ତ ହେଲା ପରେ ବିର୍ସା ସଂଗଠକୁ ସଶକ୍ତ କରିବାରେ ଲାଗିଲେ ।ସ୍ବତଃପ୍ରବୃତ୍ତ ଭାବରେ ୪ରୁ ୫ ହଜାର ଯୁବକ ସଂଗଠନରେ ସାମିଲ ହେଲେ ।ବିର୍ସା ଜେଲରୁ ମୁକ୍ତ ହେବା ପରେ ଖୁଣ୍ଟି ଥାନାର ଦାରୋଗାକୁ ଥାନା ଛାଡି ଚାଲିଯିବାକୁ କହିଲେ ।୧୮୯୭ ମସିହା ଅଗଷ୍ଟ ୧୧ ତାରିଖ ଦିନ ୪ ଶହ ବିଦ୍ରୋହୀଙ୍କୁ ଧରି ବିର୍ସା ଖୁଣ୍ଟି ଥାନାକୁ ଆକ୍ରମଣ କଲେ ଏବଂ ୧୧ ଜଣ ସିପାହୀଙ୍କୁ ହତ୍ଯା କଲେ ।କିନ୍ତୁ ଏହି ବିଦ୍ରୋହରେ ୨ଶହ ଲୋକ ମରିବାର ଖ୍ରୀଷ୍ଟଧର୍ମ ପ୍ରଚାରକ ରେଭେରେଣ୍ଡ ହାମ୍ପମ୍ଯାନଙ୍କ ବିବରଣୀରୁ ପ୍ରକାଶ ।ବିଦ୍ରୋହକୁ ସମୂଳେ ଦମନ କରିବା ପାଁ ଅଧିକ ସୈନ୍ଯ ଇଂଲଣ୍ଡରୁ ମଗା ଗଲା ।ରାଞ୍ଚିର ଡେପୁଟି କମିଶନର ଏଚ.ସି.ଷ୍ଟ୍ରଟଫିଲ୍ଡଙ୍କୁ ବଦଳି କରାଯାଇ ନୂତନ ଭାବେ ଏ.ଫ୍ରୋବେସ ସାହେବଙ୍କୁ ନିଯୁକ୍ତି କରା ଗଲା ।ମୁଣ୍ଡା ଦମନ ଲାଗି ଆଇନ ପ୍ରଣୟନ କରାଗଲା ।ବିର୍ସା ମୁଣ୍ଡା ଏକ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ନିଜ ଅକ୍ତିୟାରକୁ ଆଣିଥିଲେ ।ବିର୍ସାଙ୍କୁ ଆହ୍ବାନ ଥିଲା-ରାଣି ଭିକ୍ଟୋରିଆଙ୍କ ଶାସନକୁ ହଟାଇ ,ସ୍ବୈଧୀନ ରାଜ୍ଯ ପ୍ରତିଷ୍ଠା କରିବା ।୧୮୯୯ ମସିହା ଡିସେମ୍ବର ୨୪ ତାରିଖରେ ବିଦ୍ରୋହୀମାନେ ରାଞ୍ଚି ଉପରେ ଆକ୍ରମଣ କଲେ ।ଏହି ସଂଘର୍ଷରେ ୧୨ ଜଣ ସିପାହୀ ଏବଂ ଜଣେ ଦାରୋଗା ପ୍ରାଣ ହରାଇଥିଲେ ।ବିର୍ସା ମୁଣ୍ଡାଙ୍କୁ ଧାରାଇ ଦେବା ଲାଗି ୫ ଶହ ଟଙ୍କା ପୁରସ୍କାର ରାଶି ଘୋଷଣା କରାଲା ।ଇଂରେଜମାନେ ବିର୍ସାଙ୍କୁ ଧରିବାରେ ବିଫଳ ହେଲେ ।ଫଳରେ ଶହେ ଜଣ ସିପାହୀ ପ୍ରତିଶୋଧ ପରାୟଣ ହୋଇ ବମ୍ବାରୀ ଗ୍ରାମରେ ପ୍ରବେଶ କରି ନିରିହ ଲୋକମାନଙ୍କୁ ହତ୍ଯା କଲେ ।ମହିଳାମାନଙ୍କୁ କୁକର୍ମ କଲେ ।ସେହି ସମୟରେ ହୋଲି ନାମ୍ନୀ ଜଣେ ଗର୍ଭବତୀ ମହିଳା ସିପାହୀମାନଙ୍କ ଅଦ୍ରୁଶ୍ଯରେ ଧାଇଁ ଯାଇ ନିକଟସ୍ଥ ନଦୀରେ ଆତ୍ମହତ୍ଯା କରିବାକୁ ଯାଉଥିବା ବେଭେ ବିର୍ସା ଉକ୍ତ ମହିଳକୁ ରକ୍ଷା କରିଥିଲେ ।ପରେ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ।ତୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲା ।୧୯୦୦ ମସିହା ଫେବ୍ରୁୟାରୀ ୩ ତାରିଖରେ ଅର୍ଥ ଲୋଭରେ କିଛି ଲୋକ ବିର୍ସା ମୁଣ୍ଡାକୁ ଧରିବା ପୀଇଁ ଇଂରେଜ ସାହେବଙ୍କୁ ସୂଚନା ଦେଇଥିଲେ ।ଫଳରେ ତାଙ୍କୁ ସିପାହୀମାନେ ଗିରଫ କରିବାରେ ସଫଳ ହୋଇଥିଲେ ।ରାଞ୍ଚି ଜେଲରୁ ବିର୍ସା ମୁଣ୍ଡାଙ୍କୁ ହଜାରୀବାଗ ଜେଲକୁ ସ୍ଥାନାନ୍ତର କରାଗଲା ।ଗୋଡ ହାତରେ ବେଡି ପକାଗଲା ।ପରବର୍ତ୍ତୀ ସମୟରେ ରାଞ୍ଚି ଜେଲକୁ ଅଣା ଗଲା ।କୁହାଯାଏ ଯେ ବିର୍ସାଙ୍କୁ ଖାଦ୍ଯରେ ବିଷ ପ୍ରୟୋଗ କରା କଲା ।ଝାଡା ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ବିଶାଳ ପରାକ୍ରମଶାଳୀ ସ୍ବସ୍ଥ୍ଯଟି ଦୁର୍ବଳ ହୋଇ କ୍ଷୀଣ ହେୀଇ ଗଲା ।ଶେଷରେ ୧୯୦୦ ମସିହା ଜୁନ ୫ ତାରିଖ ପୂର୍ବାହ୍ନ ୯ ଘଟିକା ସମୟରେ ସେ ପ୍ରାଣ ତ୍ଯାଗ କରିଥିଲେ ।ସୁବର୍ଣ୍ଣରେଖା ନଦୀ କୂଳରେ ଗୋପନରେ ବିର୍ସାଙ୍କ ପାର୍ଥିବ ଶରୀରକୁ ସଂସ୍କାର କରାଯାଇଥିଲା ।ଆଜିର ପୂଣ୍ଯ ଜନ୍ମ ତିଥିରେ ସେହି କ୍ରାନ୍ତିକାରୀ ମହାପୁରୁଷ ବିର୍ସାଙ୍କ ବଳିଦାନକୁ ସ୍ମରଣ କରି ତାଙ୍କ ଦେଶମାତୃକା ପାଇଁ ରହିଥିବା ତ୍ୟାଗ ତପସ୍ୟାକୁ ଏ ଜାତି ମଥାନତ କରିବା ସହ ମାନସ ପଟ୍ଟରେ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ କରିବ।ଏ ଦେଶ ଏ ଜାତି ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କୁପୂଜ୍ଯପୂଜାର ସମ୍ମାନ ଜଣାଇ ଆସୁଥିବ ଚିରକାଳ ପାଇଁ ଏଥିରେ ସନ୍ଦେହର ଅବକାଶ ନାହିଁ ।

(ବରିଷ୍ଠ ସାମ୍ବାଦିକ:- କେଶବ ଚନ୍ଦ୍ର ନାୟକ
ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.