ବିପୁଳ ପରିମାଣର ମୂଲ୍ଯବାନ କାଠ ଜବତ,ଜଣେ ଗିରଫ ।

0 274

ମାଲକାନଗିରି,୦୭/୦୯(ପିପିଟି):
ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ଆଜି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ପଞ୍ଚାୟତର ଏମଭି-୨୩ ଗ୍ରାମରେ ସକାଳେ ଗୌର ବାଚାର(୩୬)ଙ୍କ ଘରେ ଶାଗୁଆ ଏବଂ ପିଆଶାଳ ଆଦି ମୂଲ୍ଯବାନ କାଠ ପଟା ରହିଥିବା ବିଶ୍ବସ୍ଥ ସୂତ୍ରରୁ ସୂଚନା ପାଇ ବନ କର୍ମଚାରୀମାନେ ଚଢାଉ କରିଥିଲେ । ଫଳରେ ବିପୁଳ ପରିମାଣର କାଠ ପଟା ଏବଂ ସାଇଜ ଜବତ କରିବା ସହ ଆସାମୀ. ଗୌର ବାଛାରକୁ ଗିରଫ କରାଯାଇଥିଲା । ଏହି ଜବତ ପଟା ୪୫ ଘନ ଫୁଟ କାଠ ହେବ ଏବଂ ଏହାର ମୂଲ୍ଯ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଏହି ଚଢାଉ ବେଳେ କାର୍ଯ୍ଯନିର୍ବାହୀ ଦଣ୍ଡଧାରୀ ଭାବେ ମାଲକାନଗିରି ତହସିଲଦାର ରାଖେଲ ଚନ୍ଦ୍ର ପରିଡା ଉପସ୍ଥିତ ଥିଲେ । ଏହି ଚଢାଉରେ ବନପାଳ ରାଜେଶ କୁମାର ସେଠୀ, ଦେବାଶିଷ ପ୍ରଧାନ ମନତୋଷ ଦେ,ଫରେଷ୍ଟ ଗାର୍ଡ ସାରୁ କୱାସୀ, ପାରାଷ୍ଟାଫ ଶିବ ପିରସାଦ ବିଶ୍ବାସ, ଗୋବିନ୍ଦ ମାଳି,ସ୍କ୍ବାର୍ଡ ମଧୁ ପାଙ୍ଗି, ହରିଶ୍ଚନ୍ଦ୍ର ଗାମେଲ୍ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନୀୟକ, ମାଲକାନଗିରି)

Leave A Reply

Your email address will not be published.