ବିପୁଳ ପରିମାଣରେ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ।

0 327

କୋରାପୁଟ ,୧୨/୦୬( ପିପିଟି ନ୍ୟୁଜ୍),କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ଵର ନିକଟରୁ ବିସ୍ପୋରକ ସହ ମାଓ ପୁସ୍ତିକା ଜବତ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ବୈପାରିଗୁଡା ପୋଲିସ ଓ ବି.ଏସ.ଏଫ ୧୫୧ ବାଟାଲିୟନର ଯବାନମାନେ ମଙ୍ଗଳ ବାର ରାତିଠାରୁ କମ୍ବିଂ ଅପରେସନ ଆରମ୍ଭକରୁଥିବା ବେଳେ ଗୁପ୍ତେଶ୍ଵର ନିକଟ କେନ୍ଦୁଗୁଡ଼ା ଠାରେ ଥିବା ପରିତ୍ୟକ୍ତ ଗାତରୁ ଏସବୁ ସାମଗ୍ରୀ ଉଦ୍ଧାର କୋରାଯାଇଥିବା ବେଳେ ଏନେଇ ଗୁରୁବାର ଦିନ  ବୈପାରିଗୁଡା ଥାନା ପରିସରରେ ଜୟପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏଠାରେ ଜବତ ସାମଗ୍ରୀ ମଧ୍ୟ ରହିଛି । ଗୋଟିଏ ରାଇପଲମାଓ ପୁସ୍ତିକାସହ ବିପୁଳ ପରିମାଣର ବିସ୍ପୋରକ ଜବତ କରାଯାଇଛି ।ତେବେ ମାଓବାଦୀ କୌଣସି ହିଂସାକାଣ୍ଡ ଘଟାଇବାକୁ ଏସବୁ ଲୁଚେଇ ରଖିଥିବା ସନ୍ଦେହ କରାଯାଉଛି ବୋଲି ଏସ୍.ଡି.ପି.ଓ ଉପସ୍ଥାପନ କରିଥିଲେ।
ରିପୋର୍ଟ – ତପନ ହିଆଲ ।

Leave A Reply

Your email address will not be published.