ବିପୁଳ ପରିମାଣରର ପୋଚ ଓ ଦେଶୀ ମଦ ଜବତ।

0 263

ଖୋର୍ଦ୍ଧା,୦୫/୦୭(ପିପିଟି):ଅବକାରୀ ବିଭାଗର ତତ୍ପରତା ଯୋଗୁ ଏଇ କିଛି ଦିନ ମଧ୍ୟରେ ଅନେକ ଜାଗାରେ ମଦ ବେପାରୀଙ୍କ ଉପରେ ଚଢ଼ାଉ କରିଥିବା ବେଳେ ଅନେକ ଜାଗାରେ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ, ଠିକ୍ ସେହିଭଳି ଆଜି ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ କୁଞ୍ଜୁରୀ ପଞ୍ଚାୟତର ବରପଦା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ପୋଚ,ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରି ନଷ୍ଟ କରାଯାଇଛି । ଏଥିରୁ ମୋଟ ୪୨ ଶହ ଲିଟର ପୋଚ ଓ ୩୪୫ ଲିଟର ଦେଶୀ ମଦ ଜବତ କରାଯାଇ ଥିଲା ।ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୪୪ହଜାର ୫ଶହ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.