ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲ୍ଲା ସଠିକ ପଦକ୍ଷେପ ଗ୍ରହଣ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟାବେକ୍ଷକଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ।

0 356

ଛତ୍ରପୁର,୧୮/୦୬(ପିପିଟି): ପ୍ରାକୃତିକ ବିପର୍ଯୟ ହେଉ କିମ୍ବା ଜିଲ୍ଲାରେ ଦେଖାଯାଉଥିବା ଯେ କୌଣସି ଆପଦ ବିପଦ ହେଉ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ଜନ ଜୀବନ କୁ ସୁରକ୍ଷିତ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟାବେକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ଏତତ ବ୍ଯତୀତ ଜିଲ୍ଲା ପ୍ରଶାସନ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡିକ ଜାତୀୟ ସ୍ତରରେ ଠିକ ରୂପେ ଉପସ୍ଥାପନା କରିବାକୁ ମତ ଦେଇଥିଲେ ।
ଶନିବାର ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ’ ବିପର୍ଯୟ ପରିଚାଳନା ଗତ “ମଗ ଡ୍ରିଲ “ ସମ୍ବନ୍ଧୀୟ ଏକ ଆଲୋଚନା ଜାତୀୟ ବିପର୍ଯୟ ପରିଚାଳନା ସଂସ୍ଥା ଦ୍ଵାରା ପ୍ରେରିତ ଦୁଇ ଜଣ ପର୍ଯ୍ୟାବେକ୍ଷକ କର୍ନେଲ୍ ନଦୀମ ଆର୍ଷଦ ଏବଂ କର୍ନେଲ୍ ଡକ୍ଟର ସଞ୍ଜୟ କୌଶଲ ଉପସ୍ଥିତ ରହି ଜିଲ୍ଲାରେ ବିପର୍ଯୟ ସମୟରେ କେଉଁ ସବୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ଏବଂ କରାଯାଉଅଛି ତାହା ଜାଣିବାକୁ ଚାହିଁଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜ ବକ୍ତବ୍ୟ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗଞ୍ଜାମ ଜିଲ୍ଲା ବିପର୍ଯୟ ପ୍ରବଣ ଜିଲ୍ଲା ଭାବରେ ସଦା ସର୍ବଦା ବିପର୍ଯୟ ମୁକାବିଲା କରିଆସୁଛି । ଏଣୁ ଜିଲ୍ଲା ପ୍ରଶାସନ ର ସମସ୍ତ ବିଭାଗ ଓ ଲାଇନ ବିଭାଗ ଗୋଟିଏ ଟୀମ ଭାବେ ମିଳିତ ହୋଇ ବିପର୍ଯୟ ର ମୁକାବିଲା କରିଆସୁଛି । ତେଣୁ କରି ଯେ କୌଣସି ବିପର୍ଯୟ ର ମୁକାବିଲାରେ ସଫଳ ହୋଇ ଜନ ଜୀବନ କୁ ସୁରକ୍ଷିତ ରଖିଆସୁଛି । ଜିଲ୍ଲାର ଗୋଟିଏ ହେଲେ ଜୀବନ ଯେପରି ମୃତ୍ୟୁ ମୁଖରେ ପଡିବ ନାହିଁ , ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଜିରୋ କାଜୁଆଳିଟୀ ରହିବ ସେ ଦିଗରେ ଯତ୍ନଶୀଳ ହୋଇ କାର୍ଯ୍ୟପନ୍ଥା ସ୍ଥିର ହେଉଥିବା ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ତତ୍ଵାବଧାନ ସମସ୍ତ ଲାଇନବିଭାଗ ନିଜ ନିଜ ବିଭାଗ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ପାୱାର ପୟେନ୍ଟ ପ୍ରେଜେନ୍ଟେଶନ ମାଧ୍ୟମରେ ଅବଗତ କରାଇଥିଲେ । ବିପର୍ଯୟର ସୂଚନା ପାଇବାପରେ ଏହାର ପୂର୍ବ ପ୍ରସ୍ତୁତି କିଭଳି କରାଯାଉଛି , ବିପର୍ଯୟ ସମୟରେ କେଉଁ ପଦକ୍ଷେପ ଏବଂ ବିପର୍ଯୟ ଟଳିବା ପରେ କିଭଳି ଭାବରେ ପୁନଃ ଥଇଥାନ ର ବ୍ୟବସ୍ଥା କରାଯାଉଛି ସେ ସମ୍ପର୍କ ରେ ସମସ୍ତ ବିଭାଗର ଅଧିକାରୀଗଣ ପର୍ଯ୍ୟାବେକ୍ଷକଙ୍କ ସମୁଖ ରେ ଉପସ୍ଥାପନ କରିଥିଲେ । ବିଶେଷ କରି ଓସ୍ଡମା , ଓଡ୍ରାଫ, ଅଗ୍ନି ଶ୍ରମ ସେବା, ମଶ୍ଚ୍ଯ ବିଭାଗ, ଜଳସେଚନ, ସ୍ୱାସ୍ଥ୍ୟ ବିଭାଗ , ପଶୁ ସମ୍ପଦ, ବିଦ୍ୟୁତ ବିଭାଗ, କୋଠବାଡି ବିଭାଗ, ଯୋଗାଣ ବିଭାଗ ପ୍ରଭୃତି ସମସ୍ତ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଯାଇଥିଲେ । ବିପର୍ଯୟ ର ମୁକାବିଲା ଦିଗ ରେ ଜିଲ୍ଲା ବହୁତ ସୁନ୍ଦର ଏବଂ ଗୁଣାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି ,କିନ୍ତୁ ଏହାର ସଠିକ ପ୍ରଚାର ପ୍ରସାର ହେଲେ ଏହା ନିଶ୍ଚିତ ଭାବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବ ।
ଏହି ଆଲୋଚନାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯୟ ପରିଚାଳନା ସଂସ୍ଥାର ସି.ଜି.ଏମ ସବ୍ୟସାଚୀ ହୋତା, ସେଲଟର ଏକ୍ସପେର୍ଟ ମେଘନାଦ ବେହେରା, ଅତିରିକ୍ତ ଜିଲ୍ଲାପାଳ,ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲିନେ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.