ବିପଦର ବନ୍ଧୁ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର; ୩୩ୟୁନିଟ ରକ୍ତ ସଂଗ୍ରହ ।

0 309

ଭଞ୍ଜନଗର,୧୪/୦୨(ପିପିଟି): ୨୦୧୯ ଫେବୃଆରୀ ୧୪, ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୩ବର୍ଷ ପୂରଣ ହୋଇଛି। ଦେଶ ପାଇଁ ସହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ବିପଦର ବନ୍ଧୁ, ଭଞ୍ଜନଗର ତରଫରୁ ଆଜି ଉପଖଣ୍ଡ ଡାକ୍ତରଖାନା ପରିସର ରେ ଥିବା ରକ୍ତ ଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ଏହି ସଙ୍ଗଠନ ସଦା ସର୍ବଦା ଗରୀବ ଅସହାୟ ରୋଗୀଙ୍କୁ ରକ୍ତ ଯୋଗାଇ ଆସୁଥିବାରୁ ତାଙ୍କର ଏହି ମହାନ କାର୍ଯ୍ୟ ସକାଶେ ଉପଖଣ୍ଡ ପ୍ରଶାସନ ତରଫରୁ ଗତ ୭୩ତମ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କାଯାଇଥିଲା। ଏହି ଶିବିରରୁ ମୋଟ ୩୩ୟୁନିଟ ରକ୍ତ ସଂଗ୍ରହ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି ଓ ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ଧିରେସ କୁମାର ଦାସ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଓ ସଙ୍ଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.