ବିପଦର ବନ୍ଧୁ ପକ୍ଷରୁ ଆରମ୍ଭ ହେଲା ମାଗଣା ଟ୍ୟୁସନ ସେବା ।

0 279

ଭଞ୍ଜନଗର,୧୦/୧୦(ପିପିଟି): ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟ କରି ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଥିବା ବେଳେ ଏବେ ସଙ୍ଗଠନ ପକ୍ଷରୁ ମୁଁ’ବି ସ୍କୁଲ ଯିବି ଯୋଜନାରେ ଭଞ୍ଜନଗର ବ୍ଲକ ଆଖୁପଦର ଗ୍ରାମଠାରେ ଶିକ୍ଷାର ବିକାଶ ଦିଗରେ ମାଗଣା ଟ୍ୟୁସନ ସେବା ଆରମ୍ଭ ହୋଇଛି। ଏଥିରେ ଗ୍ରାମର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପିଲା ଉପସ୍ଥିତ ରହି ମାଗଣାରେ ଶିକ୍ଷା ଲାଭ କରିପାରିବେ। ଏହି ଅବସରରେ ସଙ୍ଗଠନର ପ୍ରତିଷ୍ଠାତା ତଥା ସେନା କର୍ମଚାରୀ ଶିବରାମ ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ଏଥିରେ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଉକ୍ତ ଟ୍ୟୁସନର ସମସ୍ତ ଖର୍ଚ୍ଚ ବିପଦର ବନ୍ଧୁ ତରଫରୁ ବହନ କରାଯିବ ବୋଲି ସଂସ୍ଥାର ମୁଖ୍ୟ ଶ୍ରୀ ପାତ୍ର କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.