ବିପଦଜନକ ଅବସ୍ଥାରେ ବିଦ୍ଯୁତ ସଂଯୋଗ ।

0 257

ତିର୍ତ୍ତୋଲ,୧୨/୦୬(ପିପିଟି); ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନନ୍ଦନ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର କୁ ଯିବା ନିମନ୍ତେ ଉଦ୍ଧିଷ୍ଟ ପୋଲ ନିକଟରେ ୧୦ଏଚ୍ କେନାଲ ବନ୍ଧ ଉପରେ ବାଉଁଶ ଖୁଣ୍ଟ ବସାଇ ପ୍ରାଇଭେଟ୍ ଲୋକଙ୍କ ଜମି ମଧ୍ୟ ଦେଇ ନିକଟସ୍ଥ ବିଦ୍ୟୁତ ସଵ୍ ଷ୍ଟେସନରୁ ନନ୍ଦନ ଓ କଢାଙ୍ଗ ଗ୍ରାମକୁ ଵିଦ୍ଯୁତ ବିତରଣ କରାଯାଉଛି । ଏହି କେନାଲ ବନ୍ଧ ଦେଇ ଚକ ଜମିକୁ ଲୋକମାନେ ଯିବା ଆସିବା କରିଥାନ୍ତି। ଏହା ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଖରିଫ ଧାନ ଚାଷ ନିମନ୍ତେ କ୍ଷେତବାଡି କୁ ଯିବାଆସିବା କରିବାକୁ ଲୋକେ ଭୟ କରୁଛନ୍ତି । ବିଦ୍ୟୁତ ସରବରାହ ପାଇଁ ନିୟୋଜିତ ଟାଟା କମ୍ପାନୀ ଏହାର ସ୍ଥାୟୀ ସମାଧାନ କରିବା ସହ ସଵ୍ ଷ୍ଟେସନକୁ ନିକଟସ୍ଥ ଉଚ୍ଚ ସରକାରୀ ଜମିକୁ ସ୍ଥାନୀନ୍ତରଣ କଲେ ବର୍ଷା ଦିନେ ଟ୍ରାନ୍ସଫରମର ମରାମତି ଓ ରକ୍ଷଣାବେକ୍ଷଣ କରିବାରେ ସୁବିଧା ହେବା ସହ ଅଞ୍ଚଳବାସୀ ଉପକୃତ ହୁଅନ୍ତେ।

(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.