ବିନିକା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

0 234

ସୁବର୍ଣ୍ଣପୁର,୦୭/୦୬(ପିପିଟି): ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ରଥଯାତ୍ରା ଆୟୋଜନ ନେଇ ସୋମବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏନ୍ଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକର ରଥ,ଥାନା ଅଧିକାରୀ ପବିତ୍ର ସାହୁ,ଅଗ୍ନିଶମ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆ, ଅବସରପ୍ରାପ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ପାତ୍ର,ବରିଷ୍ଟ ନାଗରିକ ଶୀତଳ ପ୍ରସାଦ ମହାକୁର, ଆଇନଜୀବୀ ସୁଧାଂଶୁ ଶେଖର ଦାଶ,ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ର,ଯୁବ ସଂଗଠକ ହାଡୁ ମେହେର,ପୀତବାସ ମେହେର, ଦୀନବନ୍ଧୁ ମେହେର, ହଲାୟୁଦ ମିଶ୍ର,ରାମ ଗୋପାଳ ବାଘ, ମାନଗୋବିନ୍ଦ ମେହେର, ରାଧାବଲ୍ଲଭ ଷଡ଼ଙ୍ଗୀ, ସନ୍ତୋଷ ସାହୁ,ମହାବୀର ଅଗ୍ରୱାଲ, ଚନ୍ଦ୍ର ଶେଖର ପାଣ୍ଡେ, ସୀତାରାମ ଦାସ,ବିଶେଶ୍ୱର ସେଠୀ, ପରିଷଦର ସମସ୍ତ କାଉନସିଲଙ୍କ ସମେତ ରଥଯାତ୍ରା ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ଧୂମଧାମରେ ରଥଯାତ୍ରା ପାଳନ ହେବ ସେନେଇ ଆଲୋଚନା ହୋଇଥିଲା । ପରେ ଏହାର ପରିଚାଳନା ପାଇଁ ବିଭିନ୍ନ ସଦସ୍ୟଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ମନ୍ଦିର ମୁଖ୍ୟ ପୂଜକ ହରିହର ପୂଜାରୀ ଓ ସହଯୋଗୀ ପୂଜକ କାଲି ଚରଣ ପୂଜାରୀଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଉପସ୍ଥିତ ସଦସ୍ୟ ମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଆଶିଷ ନେଇ ତୁଳସୀ ସେବନ କରିଥିଲେ ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.