ଉଲୁଣ୍ଡା,୧୬/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗ ଓ ବିନିକା ଥାନା ର ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ରାଜ୍ୟ ପୋଲିସ ବିଭାଗର ନିର୍ଦ୍ଦେଶ କ୍ରମେ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ଆଜି ବିନିକା ଥାନା ପରିସର ରେ ୧୬୨ ରୁ ଉର୍ଦ୍ଧ୍ବ ରକ୍ତ ଦାତା ରକ୍ତ ଦାନ କରିଥିଲେ, ଯାହାକି ଜ଼ିଲ୍ଲାର ସବୁ ରେକର୍ଡ କୁ ଅତିକ୍ରମ କରିଛି ବିନିକା ଥାନା ଓ ଜ଼ିଲ୍ଲା ପୋଲିସ । ବିନିକା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ ଦଳ, ଡ୍ରାଇଭର ମହାସଂଘ, ହେଲ୍ପ ଟୁ ଅ ଦର, ବିନିକା ସାମ୍ବାଦିକ ସଂଘ, ବାଉଶୁଣି ୟୁବକ ମହାସଂଘ, ପର୍ଶୁରାମ ସେନା, ମାନବ କଲ୍ୟାଣ ସମିତି, ରକ୍ତ ଦାତା ସଂଘ, ପ୍ରମୁଖ ବିଭିନ୍ନ ସାମାଜିକ ସଂଗଠନର ବଦାନ୍ୟ ବ୍ୟକ୍ତି ଏହି ମହତ କାର୍ଯ୍ୟ ରେ ସହାୟତାର ହାତ ବଢ଼ାଇଥିବା ବେଳେ ବିନିକା ଥାନା ର ଭାରପ୍ରାପ୍ତ ଥାନା ଅଧିକାରୀ ପବିତ୍ର କୁମାର ସାହୁ, ଏସ ଆଇ କୃଷ୍ଣଚନ୍ଦ୍ର ମେହେର, ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲ ,ପ୍ରମିଳା ବରେଇ, ସୁଜାତା ବୁଡେକ୍,ମହେନ୍ଦ୍ର ବରିହା, ଗୃହରକ୍ଷୀ ସୁଧାଂଶୁ ପୁଝାରୀ , ଲଳିତ ମଲିକ୍ , ରାଜୀବ ବାଗ, ଗତାଞ୍ଜଳି ଦୀପ ପ୍ରମୁଖ ସହାୟତା କରିଥିଲେ । ବୁର୍ଲା ଏବଂ ସୁବର୍ଣ୍ଣପୁର
ବ୍ଲଡ ବ୍ୟାଙ୍କ୍ ଅଧିକାରୀ ଡାକ୍ତର ଅଭିଷେକ ଦେହୁରି, ଡାକ୍ତର ଜଗନ୍ନାଥ ବେହେରା, ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର, ଜନକ ବେହେରା, ପୂର୍ଣ୍ଣ ଭୋଇ, ସୁବାସ ପଣ୍ଡା, ଜଗତ ଦରୱାନ, ଟଙ୍କଧର କୁନୋର, ପ୍ରମୁଖ ଅଧିକାରୀ ଓ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ପୋଲିସ ସଂଘ ର ଜ଼ିଲ୍ଲା ଶାଖା ସଭାପତି କୁମୁଦ ରଂଜନ ମେହେର , ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡଲି ,ଜିଲ୍ଲା ପୋଲିସ ର ରକ୍ତଦାତା ସଂଗଠକ ତଥା ସଂଯୋଜକ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।ପ୍ରକାଶ ଥାଉ କି ଯେ ବିଗତ ମାସରେ ସୋନପୁର ଠାରେ ଆୟୋଜିତ ରକ୍ତ ଦାନ ଶିବିର ରେ ୫୨ ୟୁନିଟ ଓ ତରଭା ଥାନା ରେ ଆୟୋଜିତ ଶିବିର ରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନୂତନ ଏସପି ଶ୍ରୀ ପଣ୍ଡାଙ୍କ ଆଗ୍ରହ ଓ ଉଦ୍ୟମ କ୍ରମେ ଆଜି ବିନିକା ଥାନା ରକ୍ତ ସଂଗ୍ରହ ରେ ଜ଼ିଲ୍ଲାରେ ରେକର୍ଡ ସୃଷ୍ଟି କରିଥିବା ଖବର ଜ଼ିଲ୍ଲାର ବୁଦ୍ଧିଜୀବୀ ବିନିକା ଅଞ୍ଚଳର ଯୁବକ, ପୋଲିସ, ସାମାଜିକ ସଂଗଠନ ଓ ସଚେତନ ନାଗରିକଙ୍କୁ ଖୁବ ପ୍ରଶଂସା କରିଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )
Prev Post