ସାନଖେମୁଣ୍ଡି,୧୭/୦୪(ପିପିଟି);ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଲାରପଦର ପଞ୍ଚାୟତରେ ଦୀର୍ଘ ମାସ ହେବ ଏକ ମଶାଣି ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର ସୂଚନା ଫଳକ ଲେଖା ଯାଇନାହିଁ । ବିନା ସୂଚନା ଫଳକ ରେ କିପରି କାର୍ଯ୍ୟ ସମ୍ପୂର୍ଣ ହେଲା ଏବଂ ବିଲ୍ କିପରି ହେଲା ତାହା ଏବେ ଗ୍ରାମବାସୀ ଦ୍ଵନ୍ଦରେ । ମଶାଣି ଗୃହ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ମଧ୍ୟ ଗ୍ରାମର ଯୁବ ନେତା ପିଣ୍ଟୁ ପ୍ରଧାନ କହିଛନ୍ତି । ମଶାଣି ଗୃହ ପାଇଁ କେତେ ଟଙ୍କା ଆସିଛି ଏବଂ କାମ କେମିତି ହୋଇଛି ତାହା ଏବେ ବଡ ପ୍ରଶ୍ନ ? କଲରାପଦର ପଞ୍ଚାୟତରେ ମାଳ ମାଳ ସୂଚନା ଫଳକ ଲାଗିଛି ହେଲେ କାମ ଠିକ୍ ସେ ହେଉନଥିବା କହିଛନ୍ତି ଗ୍ରାମର ଯୁବ ନେତା ପିଣ୍ଟୁ ପ୍ରଧାନ । ରାଜ୍ୟ ସରକାର ଏମ.ଜି.ଏନ.ଆର.ଇ.ଜି.ଏ. ରେ ଲକ୍ଷ ଲକ୍ଷ ଟଙ୍କା ଗ୍ରାମର ଉନ୍ନତି କରଣ ପାଇଁ ଖର୍ଚ୍ଚ କରୁଛନ୍ତି ହେଲେ କାହା ପାଇଁ ଏଠି ସାଧାରଣରେ ପ୍ରଶ୍ନ ଉଠୁଚି ମଶାଣି ଗୃହ ନିର୍ମାଣ ପାଇଁ କେତେ ଟଙ୍କା ଆସିଛି ତାହା ଉଲ୍ଲେଖ କରାଯାଉ ଏବଂ କାର୍ଯ୍ୟ ଠିକସେ ହୋଇଛି କି ନାହିଁ ତାହା ତଦନ୍ତ କରାଯାଉ ବୋଲି ଗ୍ରାମର ଯୁବ ନେତା ପିଣ୍ଟୁ ପ୍ରଧାନ କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା ।)