ବିଧାୟିକାଙ୍କ ଦ୍ୱାରା ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ।

0 303

କୋଦଳା,୧୪/୧୨(ପିପିଟି):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଏନ୍ଏସି ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ କୋଦଳା ଏନ୍ଏସି କଲ୍ୟାଣ ମଣ୍ଡପ ପରିସର ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ର ଶୁଭାରମ୍ଭ ହୋଇଯାଇଛି । କୋଦଳା ଏନଏସି ୧୩ ଗୋଟି ୱାର୍ଡ ରେ ୨୮୦୬ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବା ପାଇଁ ସୁପାରିଶ ହୋଇଥିବା ବେଳେ ସୋମବାର ପ୍ରଥମ ପର୍ଯ୍ୟାୟରେ ୮,୯,୧୦, ନମ୍ବର ୱାର୍ଡ ର ହିତାଧିକାରିଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାର୍ ନିଦର୍ଶନ ହେଉଛି ସ୍ମାର୍ଟ ହେଲ୍‌ଥ କାର୍ଡ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଆରାଧ୍ୟ୍ୟ ଦେବି ମା ତାରାତାରିଣୀ ମନ୍ଦିରକୁ ଆଶି ବହୁ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହିତ ବିଜୁ ସ୍ମାର୍ଟ କାର୍ଡର ଶୁଭରମ୍ଭ କରିଥିଲେ । ସୋମବାର କୋଦଳା ଏନ୍ଏସି ପକ୍ଷରୁ ଆୟୋଜିତ ଏକ ମଞ୍ଚ ରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ ମଞ୍ଚାସିନ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଏବିଡ଼ିଓ ନିରଞ୍ଜନ ବେହେରାଙ୍କ ଉପସ୍ଥିତିରେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ ବୋଲି ଆଲୋଚନା କରିଥିଲେ । ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ହେଉଛି ରୋଗ, ଅର୍ଥ ଅଭାବ ରୁ ବହୁ ଜନ ଜୀବନ ଅକାଳ ରେ ଚାଲିଯାଉଛି!ଭଲ ମେଡିକାଲ ସେମାନଙ୍କ ପାଇଁ ସାତଶପନ,ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହି କାର୍ଡ ଦ୍ୱାରା ଗୋଟିଏ ପରିବାର ସଦସ୍ୟଙ୍କ ପିଛା ୫ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ବହନ କରିବାକୁ ଥିବାବେଳେ ମହିଳାପାଇଁ ୧୦ଲକ୍ଷ ର ସୁବିଧା ଯୋଗାଇ ଦିଆଯାଇଛି । ଯାହା ଫଳରେ ରୋଗୀଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ମିଳିଇପାରିବ ବୋଲି ବିଧାୟିକା ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଡ ପାଇ ଲୋକଙ୍କ ଭିତରେ ଆଗ୍ରହ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବା ପ୍ରତିଫଳିତ ହୋଇ ପଡୁଛି । ମହିଳା, ପୁରୁଷ, ବୃଦ୍ଧ, ବୃଦ୍ଧା, ଯୁବକ, ଦିବ୍ୟାଙ୍ଗ ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ଧନ୍ୟବାଦ ନବୀନ ବାବୁ । ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ ଏନ୍ଏସି ସହକାରୀ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡିଙ୍କ ସମେତ ସମସ୍ତ କର୍ମକର୍ତ୍ତା,ମା କଲ୍ୟାଣୀ ସ୍ୱୟଂ ସାହାୟକ ଗୋଷ୍ଠୀ, ସରସ୍ଵତୀ ସ୍ୱୟଂ ସାହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.