ବିଧାୟିକାଙ୍କ ଦ୍ୱାରା ଗୋଷ୍ଠୀ ସାଧନ କେନ୍ଦ୍ରର ଉଦ୍‌ଘାଟିତ ।

0 438

ବିଧାୟିକାଙ୍କ ଦ୍ୱାରା ଗୋଷ୍ଠୀ ସାଧନ କେନ୍ଦ୍ରର ଉଦ୍‌ଘାଟିତ

କୋଦଳା,୦୮/୦୧(ପିପିଟି); ଶୁକ୍ରବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ.ବରିଡା ପଞ୍ଚାୟତ ନିମିନା ଠାରେ ନିର୍ମିତ ହୋଇଥିବା ଗୋଷ୍ଠୀ ସାଧନ କେନ୍ଦ୍ରକୁ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଶୁଭ ଉଦ୍ଘାଟନ କରିଛନ୍ତି । ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ଵିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, କେ. ବରିଡ଼ା ସରପଞ୍ଚ ଚିତ୍ରସେନ ନାୟକ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଆମ ଗାଁ ଆମ ବିକାଶ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଏହି ଗୋଷ୍ଠୀ ସାଧନ କେନ୍ଦ୍ର କେ.ନିମିନା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ବିଧାୟିକା। ଗ୍ରାମରେ ବିଭିନ୍ନ ଉଛବ, ଭୋଜିଭାତ ତଥା ସାମୁହିକ କାର୍ଯ୍ୟ ନିମିତ୍ତ ଏହି ଗୋଷ୍ଠୀ ସାଧନ କେନ୍ଦ୍ରକୁ ବ୍ଯବହାର କରାଯିବ। ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଥିଲା ଏବଂ ଏବେ ଗ୍ରାମବାସୀଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହେବ ବୋଲି କହିଛନ୍ତି ବିଧାୟିକା।

Leave A Reply

Your email address will not be published.