ବିଧାୟିକାଙ୍କ ତୋଫାନି ଗସ୍ତ;ଉନ୍ନୟନ ପ୍ରକଳ୍ପର ମାରାଥନ୍ ଉଦ୍‌ଘାଟନ ।

0 549

କୋଦଳା,୨୩/୦୧(ପିପିଟି);ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତୋଫାନୀ ଗସ୍ତ ରେ ଆସି ତିନିଗୋଟି ପଞ୍ଚାୟତର ୨୭ ଗୋଟି ନିର୍ମାଣଧିନ ପ୍ରକଳ୍ପର ଉଦଘାଟନ କରିଥିବା ଜଣାପଡିଛି!ଫାସି ପଞ୍ଚାୟତରେ ୧୦ ଟି, ଦିଗପଡାର ୧୧ ଟି ଏବଂ ଚନ୍ଦନପୁର ପଞ୍ଚାୟତର ୫ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଫାସି ସ୍ଥିତ ଜଗନ୍ନାଥ ମନ୍ଦିର ପାର୍ଶ୍ୱ ଗୋଷ୍ଠୀ ସାଧନ କେନ୍ଦ୍ର, ଗୋପିନାଥ ମନ୍ଦିର ନିକଟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଯୁବକ ସଂଘ ଗୃହ, ଯାତ୍ରୀ ବିଶ୍ରାମଗାର, ଗୋଷ୍ଠୀ ଶୌଚାଳୟ, କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ବାସଭବନ, ବେତାରାପଲ୍ଲୀ ଠାରେ ପାଠାଗାର ଓ ସୂଚନା କେନ୍ଦ୍ର, ମେଦିନୀପୁର ଠାରେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ଗୃହ, କାଣ୍ଡସର ଠାରେ ଅଙ୍ଗନୱାଡି ଗୃହ, ଲାଠୁଳି ଠାରେ କୋଠଘରର ଉଦଘାଟନ ସହିତ ଦିଗାପଡା ପଞ୍ଚାୟତର ପାଠାଗାର, କୋଠଘର,ଶ୍ମଶାନ ଗୃହ ପଞ୍ଚାୟତ ଅତିରିକ୍ତ ଗୃହ, ହାଇସ୍କୁଲ ଅତିରିକ୍ତ ଗୃହ, ରେଗିଂଟି ପଲ୍ଲୀ ଯାତ୍ରୀ ବିଶ୍ରାମଗାର, କୋଠଘର,ଢାମଣାଖୋଲ କୋଠଘର, ଧନଞ୍ଜୟପୁର କୋଠଘର, ନେଉଳି କୋଠଘର ଓ ଶ୍ମଶାନ ଗୃହ ଉଦ୍‌ଘାଟନ ଓ ଚନ୍ଦନପୁର ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ, ଗ୍ରାମୀଣ ବ୍ଯାୟାମ ଶାଳା, ବଜାର ଗୃହ, ଗ୍ରାମୀଣ ଉଦ୍ଯାନ, ଗ୍ରାମର ରୋଷଘରକୁ ଉଦ୍‌ଘାଟନ କରାଯିବା ସହ ମୁଣ୍ଡୁଳା ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶିଳାନ୍ୟାସ କରାଯାଇଥିଲା। ଏହି ମହତ କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ଫାସି ସରପଞ୍ଚ ନବୀନ କୁମାର ଦଳେଇ, ଦିଗାପଡା ସରପଞ୍ଚ ପୂଜା ପରିଡା, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।ଫାସି କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମ ଆରମ୍ଭ ରୁ ଢୋଲ ଶଙ୍ଖ ବାଦ୍ୟ ର ତାଳେ ତାଳେ ଗ୍ରାମବାସୀ ଓ ମହିଳା ସଙ୍ଘ ମା ମାନଙ୍କ ଗହଣ ରେ ସମସ୍ତ ନିର୍ମାଣ ସ୍ଥଳ କୁ ଚାଲି ଚାଲି ଯାଇ ଶୁଭ ଉଦ୍‌ଘାଟନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.