ବିଧାୟିକାଙ୍କ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ।

0 412

କୋଦଳା,୧୬/୦୧(ପିପିଟି); ଶନିବାର କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି ମୋ ଉପକାରୀ ବଗିଚାର କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ଗୋଷ୍ଠୀ ସାଧନ କେନ୍ଦ୍ର ଉଦ୍‌ଘାଟନ ଓ ପୋଖରୀ ସୌନ୍ଦର୍ଯ୍ୟ କରଣର ଶିଳା ନ୍ୟାସ କରିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୮୦୦ ମହିଳାଙ୍କୁ ମୋ ଉପକାରୀ ବଗିଚା ପାଇଁ ୧୦ ହଜାର ଲେଖାଏ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ଏହା ପରେ ବେଗୁନିଆପଡା ମା ମଙ୍ଗଳା ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ସାଧନ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ ଏବଂ ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖରେ ଥିବା ପୋଖରୀର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ଅର୍ଥ କମିଶନ ଓ ନରେଗାରେ ମଞ୍ଜୁରୀ ହୋଇଥିବା ୧୦ ଲକ୍ଷ ଟଙ୍କାର ଶିଳାନ୍ୟାସ କରିଥିଲେ। ଏଥିରେ ବିଡ଼ିଓ ବେଦବର ପ୍ରଧାନ, ଅଧ୍ୟକ୍ଷ। ପ୍ରତିନିଧି ବିଜୟ କୁମାର ଦୋରା, ତ୍ରିନାଥ ଭୂୟାଁ, ସରପଞ୍ଚ ଅରୁଣ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.