ବିଧାୟକଙ୍କ ଦ୍ୱାରା ଗୋପାଳ ସମାଜ କୋଠ ଘର ଓ କଲ୍ୟାଣି ମଣ୍ଡପ ଉଦ୍‌ଘାଟିତ ।

0 422

ବେଲଗୁଣ୍ଠା,୨୨/୦୩(ପିପିଟି); ଗୋବରା ପଂଚାୟତ ଅନ୍ତର୍ଗତ ବାସୁଦେବପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର କଲ୍ୟାଣ ମଣ୍ଡପ ଓ ଗୋପାଳ ସମାଜର ନୂତନ କୋଠା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଗୋପାଳ ସମାଜରେ ଆୟୋଜିତ ଏକ ସଭାରେ ବେଲଗୁଣ୍ଠା ବ୍ଲକ ପ୍ରାକ୍ତନ ଅଧକ୍ଷ ତଥା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୪୭ ଜୋନ ଜିଲ୍ଳାପରିଷଦ ସଭ୍ୟ ଅମିତ କୁମାର ନାୟକ, ପୂର୍ବତନ ସମିତିସଭ୍ୟ ତଥା ୪୭ ନୋ ଜୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,ବ୍ଲକ ମିଡିଆ ସେଲ ଅଧକ୍ଷ ବିଭୁପାଦ ଜେନା,ପୂର୍ବତନ ସରପଞ୍ଚ ତଥା, ପଞ୍ଚାୟତ ସଭାପତି ଚନ୍ଦ୍ରଶେଖର ନାୟକ,ପୂର୍ବତନ ସମିତି ସଭ୍ୟ ରାମେଶ୍ୱର ରାଉତ, ପୂର୍ବତନ ଜିଲ୍ଲାପରିଷଦ କୁଞ୍ଜ ବିହାରୀ ନାୟକ,ବ୍ଲକ ବିଜେଡି ଉପସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ସମବାୟ ସଭାପତି ରଙ୍କନିଧି ସ୍ବାଇଁ, ଗୋପାଳ ସମାଜ ମଣ୍ଡଳ ସଭାପତି ନାରାୟଣ ଗୌଡ, ସରପଞ୍ଚ ରୋହିତ ଲେଙ୍କା ,ଖେତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ,ଉଡ୍ର। ସରପଞ୍ଚ ଟୁକୁନା ସାମଲ, ଯୁବ ବିଜେଡି ବ୍ଲକ ସଭାପତି ତଥା ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ସାହୁ, ବେଣୀପୋଲି ସମିତି ସଭ୍ୟ ତଥା ଯୁବ ବିଜେଡି ଜିଲ୍ଲା ଉପ ସଭାପତି ଦୁର୍ଗା ମାଧବ ନାୟକ,ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଚ୍ଛା, ବଳରାମ, ନାରାୟଣ ସ୍ୱାଇଁ, ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଧାଂଶୁ ମୋହନ ଦାସ, ଚିନ୍ତାମଣି ଦାସ, ଗୋପାଳ ସମାଜ ଗ୍ରାମ ସଭାପତି ଦେବରାଜ ଗୌଡ, ପ୍ରଫୁଲ୍ଲ ଗୌଡ, ଜୁରିଆ ଗୌଡ ସହଯୋଗ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.