ବିଧାୟକଙ୍କ ଦ୍ଵାରା ବିଜୁ ସେତୁ ଉଦ୍‌ଘାଟନ ।

0 651

ପୋଲସରା,୧୧/୦୧(ପିପିଟି) ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଘୋଡ଼ାପଲାଣ , ବାଲିଛାଇ , ତେନ୍ତୁଳିଆ ଗ୍ରାମକୁ ସଂଯୋଗ କରୁଥିବା ବାଘୁଆ ନଦୀ ଉପରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୬ କୋଟି ୪୬ ଲକ୍ଷ ୧୯ ହଜାର ୧୧୭ ଶହ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ବ୍ରିଜ୍ ସେତୁର ଆନୁଷ୍ଠାନିକ ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ନିର୍ମାଣ କାର୍ଯ୍ୟ ୨୦୧୮ ମାର୍ଚ୍ଚ ମାସ ୨୦ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୦ ମାର୍ଚ୍ଚ ମାସ ୧୯ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି । ସେତୁ ( ପୋଲ ) ର ଲମ୍ବ ୧୨୦ ମିଟର ଓ ପ୍ରସ୍ତ ୭.୫୯ ମିଟର ଅଟେ । ଏହି ସେତୁଟି ଗ୍ରାମ୍ୟ ନିର୍ମାଣ ବିଭାଜନ ନଂ.୧ , ଗଞ୍ଜାମ , ବ୍ରହ୍ମପୁର ଅଧୀନରେ କରାଯାଇଛି । ଉକ୍ତ ସେତୁ ହେବା ଫଳରେ ଆଖପାଖ ଗ୍ରାମାଞ୍ଚଳର ୧୫୦୦୦ ଜନ ସାଧାରଣ ଯିବା ଆସିବାର ସୁବିଧା ପାଇପାରିବେ । ସୂଚନା ଯୋଗ୍ୟ ଯେ , ଗତ ୨୦୨୧ ଡିସେମ୍ବର ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ସେତୁର ଲୋକାର୍ପଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ବଳରାମ ସେଠୀ , ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା , ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଦଳୀୟ ନେତୃବୃନ୍ଦ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅରବିନ୍ଦ ସ୍ବାଇଁ ଉପସ୍ଥିତ ଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.