ବିଧାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ।

0 235

ଯାଜପୁର ; ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ କରକମଳରେ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ପାଣ୍ଠିରୁ ୬କୋଟି ୪ଳକ୍ଷ ଟଙ୍କା ବ୍ୟୟ ଅଟକଳରେ ଧର୍ମଶାଳା ବ୍ଲକର ଶାନ୍ତିବଜାର ଠାରୁ ଅବଦନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଅଛି । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ସହକାରୀ ଯନ୍ତ୍ରୀ ସୌମ୍ୟରଞ୍ଜନ ଦ୍ୱିବେଦୀ, ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ୧୪ନଂ ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାରକା ପଞ୍ଚାୟତର ସରପଞ୍ଚ ସୁଦାମ ବେହେରା, ଚୋରମୁହାଁ ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, ବଡକାଏମା ସମାଜସେବୀ ଧନେଶ୍ୱର ମହାନ୍ତି, ବଡକାଏମା ସମିତିସଭ୍ୟ ସୌମ୍ୟ ରଞ୍ଜନ, ଉରପ୍ରତାପ ସମିତିସଭ୍ୟ କ୍ଷିରାବ୍ଧୀ ତନୟା ମଲ୍ଲିକ୍, ଭବାନୀପୁର ସରପଙ୍କ ପ୍ରତିନିଧି ଅକ୍ଷୟ ମହାନ୍ତି, ଅଭୟପୁର ସରପଙ୍କ ପ୍ରତିନିଧି ପ୍ରଶାନ୍ତ ଗନ୍ତାୟତ, ଜାରକା ସମିତିସଭ୍ୟଙ୍କ ପ୍ରତିନିଧି କାଳନ୍ଦୀ ସାହୁ, ବିଧାୟକଙ୍କ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡି ସଭାପତି କ୍ଷିତିଶ କୁମାର ନାୟକ, ଜଳଧର ସାହୁ, ଜୋନ୍ କେର୍ଡିନେଟର ମଦନ ମୋହନ ନାୟକ, ମହିଳା ସଭାନେତ୍ରୀ ବିଶ୍ୱ ବନ୍ଦନା ଜେନା, ଜିଲ୍ଳା ଛାତ୍ର ବିଜେଡି ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ ଏବଂ ଭବାନୀପୁର ଗ୍ରାମ ପାୟତର ଶରତ ନାୟକ ଉପସ୍ଥିତି ଥିଲେ ।

Leave A Reply

Your email address will not be published.