ପୋଲସରା,୦୨/୦୮(ପିପିଟି);ପୋଲସରା ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ପୋଲସରା ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ, ପଞ୍ଚାୟତ ସମିତି ପୋଲସରା ଓ ଜିଲ୍ଲାରେ ସାଙ୍ଗଠନିକ କାର୍ଯ୍ୟରେ ନୂତନ ଭାବେ ମନୋନୀତ ହୋଇଥିବା ଯୁବ ଓ ଛାତ୍ର ସଭାପତି, ସାଧାରଣ ସମ୍ପାଦକ ଓ ଡିଜିଟାଲ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।