ବିଧାନ ସଭା ସଦାଚାର କମିଟିଙ୍କ ସମୀକ୍ଷା ବୈଠକ ।

0 293

ମାଲକାନଗିରି,୧୪/୦୯(ପିପିଟି):
ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ମଧ୍ଯାହ୍ନରେ ବିଧାନ ସଭା ଷ୍ଟାଣ୍ଡି କମିଟି ଦ୍ବାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଧାନସଭା ସଦାଚାର କମିଟିର ସଭାପତି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆସିଥିବା ବେଳେ କମିଟି ସଦସ୍ଯଙ୍କ ମଧ୍ଯରେ ପ୍ରଉୁଲ ସାମଲ,ପ୍ରୀତମ ପାଢି, ଅଙ୍ଗଦ କଆଁର,ଦାଶରଥି ଗମାଙ୍ଗ ପ୍ରମଖ ଯୋଗ ଦେଇଥିଲେ । ବିଧାନ ସଭା ପ୍ରଣୀତ ବୁକ ସର୍କୁଲାର-୪୭ ବିଷୟରେ ଜିଲ୍ଲାର ଅଧିକାରୀମାନଙ୍କ ସହିତ ଏବଂ ଉପସ୍ଥିତ ପି.ଆର.ଆଇ ମେମ୍ବର ସହିତ ଆଲୋଚନା କରିଥିଲେ ।ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଦ୍ବାରା ପ୍ରଦତ୍ତ ଚିଠ ବା ଆପତ୍ତି ଅଭିଯୋଗ କେତେ ଦୂର କାର୍ଯ୍ଯକାରୀ କରାଗଲା,ତାହାର କାର୍ଯ୍ଯ ବା ପ୍ରତିକ୍ରିୟା ସଂପର୍କରେ ଅବଗତ କରାଯାଇବା ପାଇଁ ଜିଲ୍ଲା ପ୍ରଶାନକୁ ନିର୍ଦ୍ଦେଶ ପ୍ରଦାନପ କରାଗଲା । ଏହା ସହ କୃଷି,ଶିକ୍ଷା, ଗମନାଗମନ,ସ୍ବାସ୍ଥ୍ୟ,ପାନୟ ଜଳଭଳି ମୌଳିକ ସୁବିଧାଗୁଡିକ କିପରି ଜନ ସାଧାରଣ ନିକଟରେ ପହଞ୍ଚି ପାରିବ ସେ ସଂପର୍କରେ ସମୀକ୍ଷା ହୋଇଥିଲା ଅନ୍ଯମାନଙ୍କ ମଧ୍ଯରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ ଜିଲ୍ଲ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ବାନୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହା ବ୍ଯତୀତ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାଏକ, ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ଓ ଉପସ୍ଥିତ ଥିଲେ । ଏହା ବ୍ଯତୀତ ଗଣ ମାଧ୍ଯମର ପ୍ରତିନିଧିମାନଙ୍କୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ୱାଟ୍ସପ ମାଧ୍ଯମରେ ଉକ୍ତ ବୈଠକରେ ସମ୍ବାଦ ସଂଗ୍ରହ ପାଇଁ ନିମନ୍ତ୍ରିତ କରିଥିବା ବେଳେ କିଛି ଗଣ ମାଧ୍ଯମ ପ୍ରତିନିଧି ଉକ୍ତ ବୈଠକରେ ଯୋଗ ଦେଇ ଫଟୋ ଉଠାଇଥିଲେ । ତାପରେ ସାମ୍ବାଦିକମାନଙ୍କ ଉକ୍ତ ବୈଠକରୁ ଚାଲିଯିବା ପାଇଁ କୁହାଗଲା ପରେ ସମସ୍ତ ସାମ୍ବାଦିକମାନେ ଫେରି ଆସିଥିଲେ । ଏହି ଘଟଣାପରେ ସାମ୍ବାଦିକମାନେ ଅଶାନ୍ତ ବ୍ଯକ୍ତ କରି ଡିଆପିଆରଙ୍କ ହ୍ବାଟ୍ସପରେ ମତାମତ ବ୍ଯକ୍ତ କରିଥିଲେ । ପ୍ରକାଶ ଥାଉ କି ଯଦି ସାମ୍ବାଦିକମାନଙ୍କୁ ନିୟମନ୍ତ୍ରଣ କରାଯାଉଛି,ସେମାନଙ୍କୁ କାହିଁକି ଉଚିତ ସମ୍ମାନ ଦିଆ ଯାଉ ନାହିଁ ?ଜିଲ୍ଲା ପ୍ରଶାସନ ଆଲୋଚନା ସମୟରେ ନିଜର ଦୋଶ ଦୁର୍ବଳତା କାଳେ ପଦାରେ ପଡିଯିବାର ଆଶଙ୍କା କରି ଗଣ ମାଧ୍ଯମକୁ ଡରୁଛି କି ? ଯଦି ଭୟ ନାହିଁ ସଂପୂର୍ଣ୍ଣ ଆଲୋଚନାରେ ଭାଗ ନେବା ପାଇଁ ଅନୁମତି ଦେଉ ନି କାହିଁକି ? ଯଦି ସମ୍ବାଦ ପ୍ରକାଶ କରିବାର ଆବଶ୍ଯକ ନାହିଁ ସାମ୍ବାଦିକମାନଙ୍କୁ ନିୟମନ୍ତ୍ରଣ କାହିଁକି କରାଯାଉଛି ବୋଲି ପ୍ରଶ୍ନବାଚୀ ସଷ୍ଟି ହୋଉଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.