ବିଦ୍ୟୁତ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 229

ଭଞ୍ଜନଗର, ୦୧/୦୭(ପିପିଟି): ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ (ଟିପିଏସଓଡିଏଲ) ଆନୁକୂଲ୍ୟରେ ଚତୁର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଞ୍ଜନଗର ଡିଭିଜନ ଅନ୍ତର୍ଗତ ସୋରଡ଼ା ଠାରେ ବିଦ୍ୟୁତ ସୁରକ୍ଷା ସମ୍ପର୍କିତ ଏକ ରାଲିର ଆୟୋଜନ କରାଯାଇଥିଲା।ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ହାତରେ ପ୍ଲା କାର୍ଡ଼ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ।ଏହି ଶୋଭାଯାତ୍ରା ଏସଡ଼ିଓ ଅଫିସରୁ ବାହାରି ବଜାର, ବ୍ଲକ ଅଫିସ ଓ ଥାନା ରାସ୍ତାରେ ଫେରିଥିଲା। ଚତୁର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହର ଆଭିମୁଖ୍ୟ ହେଉଛି ବୈଦ୍ୟୁତିକ ସୁରକ୍ଷା–ଏହା ସହ ବୁଝାମଣା ନୁହେଁ, ସଠିକ ଜ୍ଞାନ ଆବଶ୍ୟକ। ବିଦ୍ୟୁତ ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ବର୍ଷା ପବନରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ନିକଟକୁ ନଯାଇ ବିଦ୍ୟୁତ କାର୍ଯ୍ୟାଳୟ କୁ ଜଣାଇବା, ଘଡଘଡି ମାରିବା ସମୟରେ ଘରୁ ନ ବାହାରିବା, ଗଛ ତଳେ ନ ରହିବା,ଏହି ସମୟରେ ବାହାରେ ଥିଲେ ଅସୁବିଧା ସ୍ଥଳେ ପାଦର ଆଙ୍ଗୁଠିରେ ଭାର ଦେଇ ଜାକିଜୁକି ହୋଇ ବସିପଡିବା,ବୈଦୁତିକ ମରାମତି କୁଶଳୀ କାରୀଗରଙ୍କ ଦ୍ୱାରା କରିବା, ବିଦ୍ୟୁତ ଲାଇନ ଠାରୁ ଆବଶ୍ୟକ ଦୁରତାରେ ଘର ନିର୍ମାଣ କରିବା ଭଳି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଭଞ୍ଜନଗର ସର୍କଲର ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସୋରଡ଼ା ଏସଡ଼ିଓ ଦେବବ୍ରତ ସାହୁ, କନିଷ୍ଠ ଯନ୍ତ୍ରୀ ରଜତ କୁମାର ମିଶ୍ର ଓ ଲାଇନ ମ୍ୟାନ ଗଣପତି ଗୌଡ଼ଙ୍କ ସମେତ ସମସ୍ତ ଅଧିକାରୀ ଓ ବ୍ୟବସାୟିକ ସହଯୋଗୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.